ରଙ୍ଗିଲା ସରପଞ୍ଚ ୩ ପ୍ରେମିକାକୁ ଏକା ସଙ୍ଗେ କଲେ ବିବାହ

Creat A Revolution
           

ଭୋପାଳ -: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ମଧ୍ୟପ୍ରଦେଶର ଆଦିବାସୀ ଅଞ୍ଚଳ ଅଲିରାଜପୁର ଜିଲ୍ଲାରେ ଜଣେ ବର ଆଦିବାସୀ ରୀତିନୀତି ଅନୁସାରେ ନିଜର ୩ ଜଣ ପ୍ରେମିକାଙ୍କୁ ବିବାହ କରିଛନ୍ତି। ବିବାହ ପୂର୍ବରୁ ବ୍ୟକ୍ତିଙ୍କର ତାଙ୍କ ୩ ପ୍ରେମିକାଙ୍କ ସହ ୬ ଜଣ ସନ୍ତାନ ମଧ୍ୟ ରହିଛନ୍ତି।

ସେହି ସନ୍ତାନମାନଙ୍କ ପାଇଁ ସେ ‌ଏହି ବିବାହ କରିଥିବା ଜାଣିବାକୁ ମିଳିଛି। ତେବେ, ଏହି ବ୍ୟକ୍ତି ଜଣକ ନାମ ହେଉଛି ସମରଥ ମୋର୍ଚା। ସମରଥ ପୂର୍ବରୁ ଏହି ଅଞ୍ଚଳରେ ସରପଞ୍ଚ ହୋଇ ସାରିଛନ୍ତି। ସମରଥ ଓ ତାଙ୍କର ପିଲାମାନେ ଏହି ବିବାହରେ ଖୁବ୍ ଆନନ୍ଦିତ ଅଛନ୍ତି। ସମରଥଙ୍କ ପିିଲାମାନେ ଏହି ବିବାହରେ ଜବରଦସ୍ତ ନୃତ୍ୟ ପ୍ରଦର୍ଶନ କରି ବିବାହ ଉତ୍ସବକୁ ଉପଭୋଗ କରିଛନ୍ତି। ନିମନ୍ତ୍ରଣ ପତ୍ରରେ ସମରଥଙ୍କ ସହ ତାଙ୍କ ୩ ପ୍ରେମିକାଙ୍କ ନାମ ଲେଖାଯାଇଥିଲା। ସମରଥଙ୍କ କହିବା କଥା ହେଉଛି ସେ ୧୫ ବର୍ଷ ପୂର୍ବେ ଖୁବ୍‌ ଗରିବ ଥିଲେ। ସେହି କାରଣରୁ ବିବାହ କରିପାରିନଥିଲେ।

ଏବେ ବିବାହର ପ୍ରକୃତ ସମୟ ଆସିଯାଇଛି ବୋଲି ହୃଦୟଙ୍ଗମ କରିବା ପରେ ସେ ଏହି ବିବାହ କରିଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଗତ ୧୫ ବର୍ଷ ତଳୁ ସମରଥଙ୍କୁ ୩ ଜଣ ଯୁବତୀଙ୍କ ସହ ପ୍ରେମ ହୋଇଥିଲା। ସେ ଥରକୁ ଥର ୩ ଜଣଙ୍କୁ ଭଗେଇକି ଘରକୁ ନେଇଆସିଲେ ଓ ୩ ଜଣଙ୍କୁ ପତ୍ନୀ ପରି ରଖିଲେ। ସେମାନଙ୍କ ସହ ସମରଥଙ୍କର ୬ ପିଲା ମଧ ହେଲେ। ଏବେ ସେ ରୀତିନୀତିର ସହ ଉକ୍ତ ୩ ଜଣଙ୍କୁ ବିବାହ କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading