ଟ୍ରାନ୍ସଫରମର ଉପରୁ ମିଳଛି ଯୁବକଙ୍କ ଶବ

Creat A Revolution
           


କଳାହାଣ୍ଡି (ଜଗୁଲାଲ ମାଝି) -: ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ନର୍ଲା ବ୍ଲକ ଅନ୍ତର୍ଗତ ବଡଧାରପୁର ଗ୍ରାମପପଞ୍ଚାୟତର ସାପଦୁନି ଗ୍ରାମରେ, ଗାଁ ମଝି ରହିଥିବା ବିଦ୍ୟୁତ ଟ୍ରାନ୍ସଫରମର ରେ ରବିବାର ରାତିରେ ଜଣେ ଯୁବକଙ୍କ ଶବ ଲାଗି ରହିଥିବା ଦେଖିବାକୁ ମିଳିଥିଲା,ପାଇଥିବା ସୂଚନା ଅନୁସାରେ ଜଣାପଡିଛି ଯେ ଗତକାଲି (ରବିବାର ) ଅପରାହ୍ନ ୪ଟା ବେଳେ କାଳ ବୈଶାଖ ପ୍ରଭାବ ଝଡତୋଫାନ ହୋଇ ଥିଲା, ସେତେବେଳେ ଠାରୁୁ ଲାଇନ କଟି ଯାଇଥିଲା ।

ଛତିକୁଡା ଡିପରେ ମଧ୍ୟ ସେତେବେଳେ ଠାରୁୁ ବାରମ୍ବାର ଲାଇନ କଟୁଥିଲା ଓ ଆସୁଥିଲା । କିନ୍ତୁ ରାତି ୭:୩୦ ସମୟରେ ଲାଇନ ଆସିଲା ହେଲେ ସାପଦୁନି ଗ୍ରାମରେ ଆଉ ବିଜୁଳି ଜଳିଲା ନାହିଁ, ଟ୍ରାନ୍ସଫରମର ଫିଉଜ କଟିଯାଇଥିବା ଜାଣି ଗ୍ରାମର ଯୁବକ ଲମ୍ବୋଦର ଦୋରା (୨୫) ଟ୍ରାନ୍ସଫରମର ଉପରକୁ ଚଢ଼ି ଫିଉଜ ବାନ୍ଧୁଥିଲେ, ସେତେବେଳେ ହଠାତ୍ ଲାଇନ ଆସିଯାଇଥିବାରୁ ବିଦ୍ୟୁତ ଆଘାତରେ ଟ୍ରାନ୍ସଫରମରରେ ଲାଗି ମୁର୍ତ୍ୟୁବରଣ କରିଥିବା ଗ୍ରାମର ଜନସାଧାରଣ ଆଲୋଚନା କରିଥିବା ଜଣାପଢିଛି ।

ଛତିକୁଡା ଫିଡ଼ର ସବୁଆଡେ ସମସ୍ତ ଗ୍ରାମକୁ ଲାଇନ ଆସିଲା ହେଲେ ସାପଦୁନି ଗ୍ରାମରେ ସାରା ରାତି ଅନ୍ଧକାର ରହିଥିଲା,ଗ୍ରାମ ବାସି ମାନେ ଏହି ଘଟଣା ଘଟିବା ପରେ ନର୍ଲା ପୋଲିସ କୁ ବାରମ୍ବାର ଫୋନ କରୁଥିଲେ ମଧ୍ୟ ପହଞ୍ଚି ନଥିଲେ,ଶେଷରେ ନର୍ଲା ପୋଲିସ ରାତି ୧୧:୩୦ ରେ ଘଟଣା ସ୍ଥଳ ରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଯୁବକ ଲମ୍ବୋଦର ଦୋରା ଶବକୁ ଟ୍ରାନ୍ସଫରମରରୁ ଓଲ୍ଲାଇଥିଲା, ଆଜି ସକାଳେ ଶବ ବିବେଚ୍ଛେଦ ପାଇଁ ପଠାଯାଇଥିବା ଜଣା ପଡିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading