କଂଗ୍ରେସ ପ୍ରଶାନ୍ତଙ୍କୁ ଚାହୁଁ ନାହିଁ ନା ପ୍ରଶାନ୍ତ କଂଗ୍ରେସକୁ ପସନ୍ଦ କରୁନାହାନ୍ତି ଦେଖନ୍ତୁ ଏହି ରିପୋର୍ଟ

Creat A Revolution
           

ନୂଆଦିଲ୍ଲୀ -: ରାଜନୀତି କ୍ଷେତ୍ରରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟତ ଅନିଶ୍ଚିତ ମନେହେଉଥିବା ବେଳେ ଆଜି ସକାଳେ ସେ ଏକ ରହସ୍ୟମୟ ଟୁଇଟ୍‌ କରି କହିଛନ୍ତି ଯେ, ବାସ୍ତବ ସମସ୍ୟା ବୁଝିବା ପାଇଁ ସେ ‘ପ୍ରକୃତ ମାଲିକ’ ଜନସାଧାରଣଙ୍କ ନିକଟକୁ ଯିବେ।


ତାଙ୍କର ଏହି ଅନ୍ବେଷଣ ବିହାରରୁ ଆରମ୍ଭ ହେବ ବୋଲି ମଧ୍ୟ ସେ କହିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ଗଣତନ୍ତ୍ରରେ ନିଷ୍ଠାପର ଅଂଶଗ୍ରହଣକାରୀ ଏବଂ ୧୦ ବର୍ଷ ପାଇଁ ଅବାଧ ଅଗ୍ରଗତି ପଥରେ ଆଗେଇ ନେବା ଲାଗି ଜନସାଧାରଣଙ୍କୁ ସୁହାଇଲା ଭଳି ନୀତକୁ ରୂପଦେବା ପାଇଁ ମୋର ଏହି ଅନ୍ବେଷଣ। ନୂତନ ଅୟମାରମ୍ଭରେ ସମସ୍ୟାଗୁଡ଼ିକୁ ଭଲଭାବେ ବୁଝିବା ପାଇଁ ଏବଂ ‘ଜନସୂରାଜ’ର ମାର୍ଗ ଖୋଲିବା ଲାଗି ‘ପ୍ରକୃତ ମାଲିକ’ ଜନସାଧାରଣଙ୍କ ନିକଟକୁ ଯିବାର ସମୟ ଆସିଛି।

ସେ ଗୋଟାଏ ନୂଆ ରାଜନୈତିକ ଦଳ ଗଠନ କରିବେ କିଂବା କୌଣସି ଦଳରେ ସାମିଲ ହେବ, ସ୍ପଷ୍ଟ ହୋଇନାହିଁ। ବିଭିନ୍ନ ସୂତ୍ରରୁ ଆଭାସ ମିଳୁଛି ଯେ, ପ୍ରଶାନ୍ତ କିଶୋର ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି। ପୂର୍ବରୁ ମଧ୍ୟ ସେ କହିଥିଲେ ଯେ, ସେ ନିର୍ବାଚନରେ ଭୂମିକା ଗ୍ରହଣ କରିଚାଲିବେ। କିନ୍ତୁ, ନିଜର ପୂର୍ବ ସାମର୍ଥ୍ୟ ବଳରେ ନୁହେଁ।

ଆଗରୁ ରାଜନୈତିକ ଦଳଗୁଡ଼ିକରେ ସାମିଲ ହୋଇ ସେ ଯେଉଁ ଭୂମିକା ନିର୍ବାହ କରୁଥିଲେ, ସେପରି କରିବେ ନାହିଁ ବୋଲି ମଧ୍ୟ ସେ କହିଥିଲେ।କଂଗ୍ରେସରେ ଯୋଗ ଦେବାକୁ ମଳିଥିବା ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାର ଅଳ୍ପ କେତେ ଦିନ ପରେ ସେ ଆଜି ‌ଏଭଳି ରହସ୍ୟଜନକ ଟୁଇଟ୍‌ କରିଛନ୍ତି। ସେ କହିଥିଲେ, ଆପଣାଛାଏଁ ସୁଧୁରି ଯିବା ପାଇଁ କଂଗ୍ରେସର ସାମର୍ଥ୍ୟ ଥିବାରୁ ଦଳ ତାଙ୍କୁ ଲୋଡୁନାହିଁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading