ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ ହଲ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ

Creat A Revolution
           

ବଲାଙ୍ଗୀର/ପାଟଣାଗଡ଼ – ମିଶନ ଶକ୍ତି କୁତମୁଣ୍ଡାର ମିଟିଙ୍ଗ ହଲ ପରିସରରେ ଗଁଣାବଜା ଉପରେ ଏକ ସ୍ବତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୁତମୁଣ୍ଡା ମୁହୁରୀ କଲାପରିଷଦ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀହିରାଧର କୁମ୍ଭାରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସ୍ବାଗତ ଭାଷଣ ଦେଇ ଶ୍ରୀଯୁକ୍ତ କୁମ୍ଭାର ଗଁଣାବଜା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି କହିଥିଲେ କି ଆମର ଗଁଣାବଜା ହେଉଛି ଆମ ସଂସ୍କୃତିର ପରିଚୟ।

କିନ୍ତୁ ଦିନକୁ ଦିନ ଏହା ବିଲୁପ୍ତ ହେବାରେ ଲାଗିଛି , କେମିତି ଏହାକୁ ବଞ୍ଚାଇ ତାକୁ ତାର ପୂର୍ବାବସ୍ଥାକୁ ଫେରାଇ ଆଣିବା ସେ ଦିଗରେ ବିଭିନ୍ନ ଅଞ୍ଚଳରରୁ ଆସିଥିବା ବିଶିଷ୍ଟ କଳାକାର ଓ ଯୁବ ଗବେଷକ ମାନେ ଧ୍ୟାନ ଦେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପ-ସଭାପତି ମୁରଲୀଧର ଶିକା, ଅର୍ଜୁନ ସାହୁ,କଳାକାର ହୃଷିକେଶ କୁମ୍ଭାର, ଯାପାନ ନାଗ, ରଘୁନାଥ କୁମ୍ଭାର, ଧନୁ କୁମ୍ଭାର, ଭକ୍ତ ବାରିକ, ରାଜୁ ତାଣ୍ଡି, ଚମରା ସୁନା, ବିଶ୍ବାମିତ୍ର କୁମ୍ଭାର, ଲକ୍ଷ୍ମଣ ନାଗ,ଗିରିଧାରୀ କୁମ୍ଭାର, ଭମର ନାଗ, ବିଶ୍ବନାଥ କୁମ୍ଭାର,କଳାକୃଷ୍ଣ ମହାନନ୍ଦ, ଆଦି ଆଲୋଚନାରେ ଅଂଶଗ୍ରହଣ କରି ଦୀର୍ଘଦିନରୁ ଆମ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରିଥିବା ଗଁଣାବଜାକୁ କେମିତି ଆହୁରି ବିକଶିତ କରାଯିବ ଏବଂ କଳାକାର ମାନଙ୍କୁ ତାଙ୍କର କଳା ପ୍ରଦର୍ଶନ କରିବାକୁ ମଞ୍ଚରେ ସୁଯୋଗ ମିଳିବ ସେ ଦିଗରେ ସମସ୍ତ ବୁଦ୍ଧିଜୀବୀ ଓ ସରକାର ଯତ୍ନବାନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।

ଏହି ବୈଠକରେ ପାଟଣାଗଡ ଅଞ୍ଚଳର ୭ ଟି ପଞ୍ଚାୟତ ର ୭୦ ଜଣ ଗଁଣାବଜା କଳାକାର ଯେମିତିକି ତେଣ୍ଡାପଦର, ଭଇଁଷା, ମୁଣ୍ଡାପଲା, କଲୋନି ରାଖିଉଡା, ରତାଖଣ୍ଡି, କୁତୁର୍ଲା, ଦାବକାନି, ରୁଗୁଡିମୁଣ୍ଡା, ମୁଣ୍ଡୋମହୁଲ, ବୁର୍ଡାବାହାଲ, ସୁନାମୁଦି, ଢଙ୍ଗାଭଟା, ଭରତବାହାଲ ର ଗଁଣାବଜା କଳାକାରମାନେ ଏହି ସଭାରେ ଯୋଗଦାନ କରିଥିଲେ। ବୈଠକର ଶେଷରେ ଅନୁଷ୍ଠାନର ପରିଚାଳନା ସମ୍ପାଦକ ଶ୍ରୀ ଭେଲାରାମ କୁମ୍ଭାର (ଗଁଣାବଜା ଯୁବ ଗବେଷକ)କହିଲେ କି ଆମର ଗଁଣାବଜା ଆମ ପାଇଁ ଗର୍ବ ଓ ଗୌରବ କଥା ଆଜି ଆମର ଢୋଲ ନିଷାନ, ମୁହୁରୀ ଓ ତାସା ସାରା ପୃଥିବୀର ବିଭିନ୍ନ ଅଞ୍ଚଳରେ ବାଜି ସାରିଲାଣି କିନ୍ତୁ ଆଜି ଏହା ଲୁପ୍ତ ହେବାକୁ ଲାଗୁଛି ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଗଁଣାବଜା ଉପରେ ଗବେଷଣା ପାଇଁ ଏକ ସ୍ବତନ୍ତ୍ର ବିଭାଗ ଖୋଲିଲେ ନିଶ୍ଚିତ ଭାବରେ ଏହା ସମୃଦ୍ଧ ହୋଇପାରିବ। ସଭା ଶେଷରେ ଶ୍ରୀ ସନ୍ତୋଷ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading