ଭବାନୀପାଟଣା/କଳାହାଣ୍ଡି(ଜଗୁଲାଲ ମାଝୀ) -: ଛୋଟ ଛୋଟ ଶିଶୁ ମାନେ କିପରି ବିଦ୍ୟାଳୟ ମୁହାଁ ହେବେ ସେଥିପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି l ପିଲା ମାନନକୁ ବହି ବସ୍ତାନି ଠାରୁ ଆରମ୍ଭ କରି ଖାଇବା ଓ ଡ୍ରେସ ମଧ୍ୟ ଦେଉଛନ୍ତି l ହେଲେ ଗାଁ ମାନଙ୍କରେ କିଛିପିଲା ଏହି ପାଠ ପଢ଼ାରୁ ବଂଚିତ ହେଉଛନ୍ତି l
ଏହିପରି ଏକ ସମସ୍ୟା ଦେଖିବାକୁ ମିଳିଥିଲା ଭବାନୀପାଟଣା ବ୍ଲକ ତିଳଯୋଡି ଗାଁ ର ହରିଜନ ପଡା ଠାରେ l ରାଜେଶ ପୁଝାରୀ ନାମ ଏକ ୧ଓ ବର୍ଷ ର ଶିଶୁ ଜନ୍ମରୁ ସ୍କୁଲ ଦୁଆର ମୁହଁ ଦେଖିନଥିଲା l ନିଜର ବୋଲି ନାଁ ବାପା ଅଛି ନାଁ ମା ଅଛି l ସେ ଜନ୍ମ ହେଲାପରେ ବାପ କିଏ ମା କିଏ ଜାଣି ନାହିଁ l ନିଜର ଜେଜେ ବାପା ଗୁଣ ପରାଭୋଇଙ୍କ ଠାରେ ସେ ରହିଆସୁଛି l ଜେଜେ ହାତୁଡି ପିଟି ଯାହା ରୋଜଗାର କଲେ ସେଥିରେ ଦୁଇଜଣ ଖୁସିରେ ଚଲି ଯାଆନ୍ତି l ରାଜେଶ ମଧ୍ୟ ତାଙ୍କର ଅଜା କୁ ଏହି କାର୍ଯ୍ୟ ରେ ସହଯୋଗ କରନ୍ତି l
ରାଜେଶ ସ୍କୁଲ ଯାଉନଥିବା ଜାଣି ସମାଜସେବୀ ଯଶୋବନ୍ତ ରଣା ତାଙ୍କର ପାଖକୁ ଯାଇ ସବୁ ସମସ୍ୟା ବିଷୟରେ ପରେ ଅଙ୍ଗନବାଡି ଦିଦି ଙ୍କ ଠାରୁ ବିଦ୍ୟାଳୟ ପରିତ୍ୟାଗ ପତ୍ର ଆଣି ତାଙ୍କୁ ତିଳଯୋଡି ପ୍ରାଥମିକ ବିଦ୍ୟାଳୟ ରେ ନାମ ଲେଖେଇଦେବାକୁ ପ୍ରତିଶୃତି ଦେଇଥିଲେ l ରାଜେଶ ପଢିବାକୁ ଇଛା ପ୍ରକାଶ କରିଥିବାରୁ ତାଙ୍କର ଜେଜେ ମଧ୍ୟ ପଢେଇବାକୁ ରାଜି ହୋଇଥିଲେ l ସମାଜସେବୀ ଯଶୋବନ୍ତ ରଣା ଗତକାଲି ଗଣ୍ଡବରାଝୋଲା ସରପଞ୍ଚ ମୁରଲି ପ୍ରଧାନ, ଶିକ୍ଷକ ଭୁବନହରି ପ୍ରଧାନ, ମହେନ୍ଦ୍ର ନାଏକ ଙ୍କ ଉପସ୍ଥିତିରେ ତିଳଯୋଡି ପ୍ରାଥମିକ ବିଦ୍ୟାଳୟ ରେ ଦ୍ୱିତୀୟ ଶ୍ରେଣୀ ରେ ଆଡ଼ମିସନ କରିଦେଇଛନ୍ତି l ସ୍କୁଲ ପକ୍ଷରୁ ତାଙ୍କୁ ଏକ ହଲ ଜୋତା ସହ ଏକ ଡ୍ରେସ ଦେଇଛନ୍ତି l ରାଜେଶ କୌତୁହଳ ହୋଇ ପ୍ରତିଦିନ ସ୍କୁଲ ଯିଵିବୋଲି ଶିକ୍ଷକ ଙ୍କ ପାଖରେ କହିଛନ୍ତି l ସମାଜସେବୀ ଙ୍କ ଏହିପରି କାର୍ଯ୍ୟ କୁ ଗ୍ରାମବାସୀ ସାଧୁବାଦ ଜଣେଇଛନ୍ତି l
Discover more from odia.bnslive.in
Subscribe to get the latest posts sent to your email.