ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ଼ ଯାଏ ସଂପ୍ରସାରଣ ଦାବି

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ)-:ସକାଳେ ଭୁବନେଶ୍ୱର ଏବଂ ନୂଆଦିଲ୍ଲୀକୁ ସିଧାସଳଖ ରେଳ ସେବା ବରଗଡ଼ରୁ ଯୋଗାଇବା ପାଇଁ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାରଙ୍କୁ ଜିଲ୍ଲା ରେଳ ଉପଭୋକ୍ତା ସଂଘ ଦାବି କରିଛି। ଏକ ନୂତନ ଟ୍ରେନ୍‌ ବଲାଂଗୀର-ଭୁବନେଶ୍ୱର ଭାୟା କଟକ ଦେଇ ଚଳାଚଳ କିମ୍ବା ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ବରଗଡ଼ ଅଥବା ବଲାଂଗୀର ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ସଂଘ ଦାବି ରଖିଛି। ସେହିପରି ରାୟଗଡ଼ା-କୋରାପୁଟ-ଜଗଦଲପୁରରୁ ନୂଆଦିଲ୍ଲୀ ଭାୟା ଟିଟିଲାଗଡ଼ ଓ ସମ୍ବଲପୁର ଦେଇ କିମ୍ବା ସପ୍ତାହରେ ତିନିଦିନ ଚାଲୁଥିବା ବିଶାଖାପାଟଣା-ଅମୃତସର ‘ହୀରାକୁଦ’ ଏକ୍ସପ୍ରେସକୁ ସପ୍ତାହର ଅବଶିଷ୍ଟ ଚାରିଦିନ ରାୟଗଡ଼ା, ଟିଟିଲାଗଡ଼ ଓ ସମ୍ବଲପୁର ଦେଇ ଚଳାଚଳ କରିବାକୁ ବିକଳ୍ପ ଭାବେ ଗ୍ରହଣ କରିବାକୁ ସଂଘ ଯୁକ୍ତି ରଖିଛି।

ସଂଘର ଏହି ଦାବିକୁ ଗୁରୁତ୍ବର ସହ ଗ୍ରହଣ କରି ରେଳ ଲାଇନ୍‌ ଦୋହରୀକରଣ କାର୍ଯ୍ୟ ଶେଷ ହେଲା ପରେ ଏନେଇ ପଦକ୍ଷେପ ହେବ ବୋଲି ଶ୍ରୀ କୁମାର ପ୍ରତିଶ୍ରୁତି ଦେଇଥିଲେ। ତେବେ ସମ୍ବଲପୁର-ତାଳଚେର ଲାଇନ୍‌ ଦୋହରୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହୋଇ ତିନୋଟି ନୂଆଦିଲ୍ଲୀ ଟ୍ରେନ୍‌ ତଥା ଭୁବନେଶ୍ୱର ପାଇଁ ଅନେକ ଟ୍ରେନ ଚାଲୁଛି ବୋଲି ସଂଘ ଯୁକ୍ତି ରଖିଥିଲା। ସମ୍ବଲପୁର-ତାଳଚେର ଲାଇନ ୧୯୯୯ ମସିହାରେ ଖୋଲା ହୋଇଥିଲା ବେଳେ ସମ୍ବଲପୁର-ଟିଟିଲାଗଡ଼ ଲାଇନ ୧୯୬୩ରେ ଆରମ୍ଭ ହୋଇଥିଲା। ଆସନ୍ତା ୩୧ ତାରିଖ ଭିତରେ କିଛି ସକାରାତ୍ମକ ପଦକ୍ଷେପ ନ ନେଲେ ଜୁନ ମାସରୁ ଆନ୍ଦୋଳନ କରାଯିବ ବୋଲି ସଂଘ ଚେତାବନୀ ଦେଇଚି। ସଂଘର ସଭାପତି ପ୍ରଦୀପ ଦେବତା, ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ଓ ସର୍ଦ୍ଦାର ପ୍ରିତମ ସିଂହ, ସମ୍ପାଦକ କମଳ ଯୋଷୀ, ଯୁଗ୍ମ ସମ୍ପାଦକ କିଶୋର ରଥ ଓ କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ଆଲୋଚନା ବେଳେ ଉପସ୍ଥିତ ଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading