ଧର୍ମଗଡ଼(ଜୁବରାଜ ଅଗ୍ରୱାଲ) -: ମନୁଷ୍ୟ ହେଉ ଅବା ପଶୁ ସମସ୍ତଙ୍କ ବଞ୍ଚିବାରର ଅଧିକାର ଅଛି। ବହୁତ ଦୁଃଖର କଥା ଗତକାଲି ଧର୍ମଗଡ଼ ICDS କାର୍ଯ୍ୟାଳୟ ପଛ ପଟରେ ଗୋଟିଏ କୂଅରେ ୪ଟି ବାଛୁରୀ ପଡ଼ି ଗୋଟିଏ ଶିଶୁ ବାଛୁରୀକୁ ତଲେ ଚାପି ଦେଇଥିବାର ଦୃଶ୍ୟ ଧର୍ମଗଡ଼ ବ୍ଲକ ୧ ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗୋପୀନାଥ ମହାନନ୍ଦ ଦେଖି ସାଙ୍ଗେ ସାଙ୍ଗେ ଦମକଳବାହିନୀକୁ ଯୋଗାଯୋଗ କରିଥିଲେ । ଦମକଳବାହିନୀ ପହଞ୍ଚି ସେହି କୂଅରେ ପଡ଼ି ଥିବା ସମସ୍ତ ବାଛୁରୀକୁ ଦମକଳବାହିନୀ ଉଦ୍ଧାର କରିଥିଲେ ।
ପ୍ରଥମରୁ ଶ୍ରୀ ଜିଲ୍ଲା ପରିଷଦ ଗୋପୀନାଥ ମହାନନ୍ଦ ଜଣେ ଦକ୍ଷ ସମାଜସେବୀ ଭାବରେ ସୁପରିଚିତ ଥିଲେ। ଅସମ୍ଭବକୁ ସମ୍ଭବରେ ପରିଣତ କରି ତାଙ୍କ ସଚ୍ଚୋଟ ପଣିଆ ,ଉଦାର ହୃଦୟ ସେବା ମନୋଭାବ ଥିବା ଯୋଗୁଁ ବହୁତ ସଂଖ୍ୟାରେ ବିଜୟ ଲାଭ କରି ଆଜି ମଣିଷ ହେଉ ଅବା ପଶୁ ସେବା କାର୍ଯ୍ୟ ସବୁବେଳେ ଜାରି ରଖିଛନ୍ତି । ତାଙ୍କର ଏହି ଭଳି ମହାନ କାର୍ଯ୍ୟରେ ସବୁବେଳେ ଆଗେଇ ଆସୁଥିବାରୁ ମହାନତା ପାଇଁ ଶ୍ରୀ ଗୋପୀନାଥ ମହାନନ୍ଦଙ୍କୁ ବିଭିନ୍ନ ମହଲରୁ ଉଚ୍ଚ ପ୍ରଶଂସା କରାଯାଉଛି l
Discover more from odia.bnslive.in
Subscribe to get the latest posts sent to your email.