ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଭୟଙ୍କର ରୋଗରେ ପିଡିତ, ମେଡିକାଲରେ ଭର୍ତ୍ତି

Creat A Revolution
           

ବେଜିଙ୍ଗ୍‌ -: ‘ବ୍ରେନ୍‌ ଆଜିୟୁରିଜମ୍‌’ରେ ଆକ୍ରାନ୍ତ ହେବାରୁ ୨୦୨୧ ‌ଶେଷ ଆଡ଼କୁ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ମସ୍ତିଷ୍କ ମଧ୍ୟରେ ଧମନୀ ଫୁଲି ଡେମ୍ପରୁ କୋଳିଟିଏ ଓହଳିବା ପରି ଦିଶିବାକୁ ଡାକ୍ତରୀ ଭା‌ଷାରେ ‘ଆଜିୟୁରିଜମ୍‌’ କହନ୍ତି। ଜଣାପଡ଼ିଛି, ଅସ୍ତ୍ରୋପଚାର କରିବା ପରିବର୍ତ୍ତେ ସେ ଏଥିପାଇଁ ପାରମ୍ପରିକ ଚୀନା ଔଷଧ ଖାଇବାକୁ ନିଷ୍ପତ୍ତି ନେଇଥିଲେ। ଏହି ଔଷଧ ଖାଇଲେ ଧମନୀ ନରମ ‌ହୋଇ ଫୁଲା କମିଯାଏ।

କୋଭିଡ୍‌-୧୯ ବ୍ୟାପିବା ପରଠାରୁ ବେଜିଙ୍ଗ୍‌ ଶୀତକାଳୀନ ଅଲିମ୍ପିକ୍‌ କ୍ରୀଡ଼ା ପର୍ଯ୍ୟନ୍ତ ସି ବିଦେଶୀ ନେତାମାନଙ୍କୁ ଭେଟିବାକୁ ମନା କରିବାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ସଂକ୍ରାନ୍ତରେ କଳ୍ପନାଜଳ୍ପନା ଚାଲିଥିଲା।ପୂର୍ବରୁ ୨୦୧୯ ମାର୍ଚରେ ସି’ଙ୍କ ଇଟାଲି ଗସ୍ତ ସମୟରେ ତାଙ୍କ ଚାଲି ଅସ୍ବାଭାବିକ ଦିଶୁଥିଲା ଏବଂ ସେ ଛୋ‌ଟାଉ ଥିଲେ। ସେହି ସମୟରେ ଇଟାଲି ଗସ୍ତ ଶେଷ କରି ଫ୍ରାନ୍‌ସ ଗସ୍ତ ସମୟରେ ମଧ୍ୟ ସି’ ଆସନ ଗ୍ରହଣ କରିବା ବେଳେ ସାହାରା ଖୋଜୁଥିଲେ।

ସେହିପରି, ୨୦୨୦ ଅକ୍ଟୋବରରେ ଶେନ୍‌ଝେନ୍‌ରେ ସର୍ବସାଧାରଣରେ ଉଦ୍‌ବୋଧନ ଦେବା ପାଇଁ ବିଳମ୍ବରେ ପହଞ୍ଚିବା ଏବଂ କାଶ ଯୋଗୁଁ ଧୀରେ ଧୀରେ ଭାଷଣ ଦେବା ଘଟଣାରୁ ଜଣାପଡ଼ିଥିଲା ଯେ ସି ଅସୁସ୍ଥ ରହୁଛନ୍ତି। ଚଳିତ ବର୍ଷ ଦ୍ବିତୀୟାର୍ଦ୍ଧରେ ସି ତୃତୀୟ ୫ ବର୍ଷ ପାଇଁ ପୁନଃନିର୍ବାଚିତ ହେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିଜ ଶାସନ କାଳରେ ସେ ଚୀନ୍‌କୁ ଅଧିକ ସମୃଦ୍ଧ, ପ୍ରଭାବଶାଳୀ ଏବଂ ସୁଦୃଢ଼ କରିବା ଲାଗି ପ୍ରୟାସ କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading