ଦୁଇ ଭଉଣୀଙ୍କ ମଥାରୁ ସିନ୍ଦୁର ଛଡାଇ ନେଲା ବାଇକ ଦୁର୍ଘଟଣା

Creat A Revolution
           


କଳାହାଣ୍ଡି (ଜଗୁଲାଲ ମାଝୀ) -: ଥୁଆମୂଳ ରାମପୁର ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣା ଘଟି ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ରାମପୁର-ଭବାନୀପାଟଣା ପାଲଜୋର୍ ନିକଟ ମୁଖ୍ୟ ରାସ୍ତାରେ ଭାରସାମ୍ୟ ହରାଇ ଏକ ବାଇକ୍ ଦୁର୍ଘଟଣା ଘଟଛି।

ଦୁର୍ଘଟଣାରେ ଦୁଇ ଶଢୁ ଭାଇଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦୁଇ ଶଢୁ ହେଲେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତ ନିକଟସ୍ଥ ପାଡେଲଗୁଡା ଗ୍ରାମର ସୁଭାଷ ମାଝୀ ଓ ଅଡ୍ରି ଗ୍ରାମପଞ୍ଚାୟତ ଅଧିନରେ ଥିବା ପେଙ୍ଗଢୁସୀ ଗ୍ରାମର କୃଷ୍ଣଚନ୍ଦ୍ର ମାଝୀ ବୋଲି ଜଣାପଡିଛି।ଉଭୟେ ବେନ୍ଦାଝୋଲା ଗ୍ରାମରୁ ଗୋଦ୍ରାମସ୍କା ଗ୍ରାମକୁ ଏକ ମଟରସାଇକେଲ ଯୋଗେ ଯାଉଥିବା ସମୟରେ ପାଲଜୋର ଗ୍ରାମ ଛକର ମୁଖ୍ୟ ରାସ୍ତା ଠାରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଛିଟିକି ପଡିଥିଲେ।

ଯାହାଫଳରେ ଘଟଣା ସ୍ଥଳରେ କୃଷ୍ଣ ଚନ୍ଦ୍ର ମାଝୀ (୨୮) ଙ୍କର ମୃତ୍ୟୁ ହୋଇଥିବାବେଳେ ସୁଭାଷ ମାଝୀ(୨୫)ଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ଚିକିତ୍ସାଧିନ ଅବସ୍ଥାରେ ସୁଭାଷ ମାଝୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading