ଆସିକାର ପୂର୍ବତନ ବିଧାୟକ ନିଖୋଜ, ଥାନାରେ ମାମଲା ରୁଜୁ

Creat A Revolution
           

ଭୁବନେଶ୍ବର/ଆସିକା -: ଗଂଜାମ ଜିଲ୍ଲା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢୀ ୨ ଦିନ ହେଲା ନିଖୋଜ ହୋଇ ଯାଇଛନ୍ତି। ପୂର୍ବତନ ବିଧାୟକ ଶ୍ରୀ ପାଢ଼ୀ ନିଖୋଜ ନେଇ ତାଙ୍କ ପୁଅ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏତଲା ଦେଇଥିବା ଜଣାଯାଇଛି। ଏତଲାରେ ତାଙ୍କ ପୁଅ ଦର୍ଶାଇଛନ୍ତି ଯେ, ଶ୍ରୀ ପାଢ଼ି ମେ’ ୧୨ ତାରିଖ ସକାଳୁ ଘରୁ ବାହାରକୁ ଯାଇଥିଲେ। କିନ୍ତୁ ସେ ସେବେଠାରୁ ଆଉ ଘରକୁ ଫେରିନାହାନ୍ତି। ଶ୍ରୀ ପାଢ଼ୀଙ୍କ ମୋବାଇଲ୍‌ ଫୋନ୍‌ ମଧ୍ୟ ବନ୍ଦ ଅଛି। ସରୋଜ କୁମାର ପାଢୀ ଆସିକା ରାଜନୀତିରେ ଗତ ୨୫ ବର୍ଷ ଧରି ସକ୍ରିୟ ଅଛନ୍ତି ।

ସେ ୨୦୦୪ ରୁ ୨୦୦୯ ଆସିକାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ପୁଣି ୨୦୦୯ ରେ ସ୍ୱାଧୀନ ଭାବେ ଲଢ଼ି ପରାଜିତ ହୋଇଥିଲେ। ୨୦୧୪ ନିର୍ବାଚନ ସେ କଂଗ୍ରେସ ଟିକଟରେ ଲଢ଼ି ପରାଜିତ ହୋଇଥିଲେ। ସେ ୧୯୯୫ରେ ପ୍ରଥମ ଥର ଜନତା ଦଳରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୦୦ ମସିହାରେ ମଧ୍ୟ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ଆସିକା ଅଞ୍ଚଳରେ ତାଙ୍କର ନିଜସ୍ୱ ସଂଗଠନ ରହିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading