ଦୁର୍ଘଟଣାରେ ମୃତ୍ୟୁପରେ, ଡ୍ରାଇଭରକୁ ଜିଅନ୍ତା ଜାଳିଦେଲେ

Creat A Revolution
           

ଅଲିରାଜପୁର -: ମଧ୍ୟପ୍ରଦେଶର ଅଲିରାଜପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ଏକ ପିକ୍‌ଅପ୍‌ ଭ୍ୟାନ ୮ ବର୍ଷୀୟା ଜଣେ ନାବାଳିକାକୁ ମାଡ଼ି ଦେବା ପରେ ରାଗରେ ଆସି ସ୍ଥାନୀୟ ଲୋକେ ଡ୍ରାଇଭର୍‌କୁ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ଟି ଦୁର୍ଘଟଣା ଘଟାଇବା ପରେ ନାବାଳିକାର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ନାବାଳିକାଟିର ମୃତ୍ୟୁ ଘଟିବା ନେଇ ସ୍ଥାନୀୟ ଲୋକେ ପିକ୍‌ଅପ୍‌ ଭ୍ୟାନ୍‌ ସହ ଡ୍ରାଇଭର୍‌କୁ ଘେରାଉ କରିଥିଲେ।

ପ୍ରଥମେ ପିକ୍‌ଅପ୍‌ ଭ୍ୟାନ୍‌ରେ ନିଆଁ ଲଗାଇ ଡ୍ରାଇଭର୍‌କୁ ବାଡ଼ାପିଟା କରିଥିଲେ। ପରେ ସେହି ନିଆଁରେ ଡାଇଭରକୁ ଜିଅନ୍ତା ପିଙ୍ଗି ଦେଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି। ଏହି ସମୟର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଲୋକେ ଡ୍ରାଇଭର୍‌କୁ ମାରଧର କରୁଥିବା ଦେଖିବାକୁ ମିଳିଛି। ଡ୍ରାଇଭର୍‌କୁ ନିଆଁକୁ ଫୋପାଡ଼ି ଦେବା ପରେ ସେ ଜଳିବା ଆରମ୍ଭ କରିଥିଲେ।

କିଛି ସମୟ ପରେ ସ୍ଥାନୀୟ ଲୋକେ ତା‌ଙ୍କୁ ଉଦ୍ଧାର କରି ନେଇ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଡ୍ରାଇଭର୍‌ ମଗନ ସିଂହ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ତାଙ୍କ ପରିବାରରେ ତାଙ୍କ ପତ୍ନୀ, ୩ଟି ଛୋଟ୍‌ ପିଲା ଓ ବୃଦ୍ଧ ବାପାମାଆ ଅଛନ୍ତି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଶୁକ୍ରବାର ରାତି ପ୍ରାୟ ୭ଟାରୁ ୮ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ଶାନ୍ତ କରିବା ସହ ତଦନ୍ତ ଆରମ୍ଭ କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading