କଳାହାଣ୍ଡିରେ ମାଓବାଦୀ ଆତଙ୍କ, ଚାନ୍ଦା ପାଇଁ ଧମକାଉଛନ୍ତି ଠିକାଦାରଙ୍କୁ

Creat A Revolution
           

କଳାହାଣ୍ଡି/ଗୋଲାମୁଣ୍ଡା -: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନାଞ୍ଚଳର ଜଣେ ଠିକାଦାରଙ୍କ ଠାରୁ ମାଓବାଦୀ ନାଁରେ ଚାନ୍ଦା ଅସୁଲି କରିବା ଅଭିଯୋଗରେ ପୁଲିସ୍ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଗୋଲାମୁଣ୍ଡା ଥାନା ପିତାଗୁଡ଼ା ଗ୍ରାମର ସୁବାସ ମାଝୀ (୩୪) ବୋଲି ଜଣାପଡ଼ିଥିବା ବେଳେ ପୁଲିସ୍ ତା’ ଠାରୁ ଏକ ଦେଶୀ ବନ୍ଧୁକ ଜବତ କରି ତାକୁ କୋର୍ଟଚାଲାଣ କରିଛି।

ସୂଚନାମତେ, ଗୋଲାମୁଣ୍ଡା ଥାନା ଅଞ୍ଚଳର ମୋହନଲାଲ ପଧାନ ନାମକ ଜଣେ ଠିକାଦାର ପିତାଗୁଡ଼ା ଠାରେ ଏକ ବ୍ରିଜ୍‌ କାମ କରୁଥିଲେ। ଏହି ସମୟରେ ଅଭିଯୁକ୍ତ ସୁବାସ ବାରମ୍ବାର ମୋଟା ରକମର ଅର୍ଥ ଦାବି କରୁଥିଲା। ଠିକାଦାର ଶ୍ରୀ ପଧାନ ଟଙ୍କା ନଦେବାରୁ ଗତ ୧୦ ତାରିଖ ନିର୍ମାଣାଧୀନ ବ୍ରିଜ୍‌ ପାଖକୁ ଆସି ବନ୍ଧୁକ ଦେଖାଇ ଜୋରଜବରଦସ୍ତ ଟଙ୍କା ମାଗିଥିଲା। ଟଙ୍କା ନଦେଲେ ମାଓବାଦୀଙ୍କୁ ଆଣି ତତେ ଉଠାଇ ନେଇଯିବି ବୋଲି ଧମକ ମଧ୍ୟ ଦେଇଥିଲା। ଏନେଇ ଠିକାଦାର ଜଣକ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା। ଶୁକ୍ରବାର ପୁଲିସ୍ ଅଭିଯୁକ୍ତ ସୁବାସକୁ ଗିରଫ କରି ତା’ଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଛି। ପୂର୍ବରୁ ସୁବାସ ମାଓ ସଂଗଠନ ସହ ମିଶିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading