ଆସିଗଲା ଆମ୍ବ ସିଜିନ୍‌, ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ମ୍ୟାଙ୍ଗୋ ବର୍ଫି

Creat A Revolution
           

ଆମ୍ବ ସିଜନରେ କାହାକୁ ବା ଆମ୍ବ ଖାଇବା ପସନ୍ଦ ନୁହେଁ। ଆପଣ ଯଦି ଆମ୍ବ ଲଭର, ତାହେଲେ ଆପଣଙ୍କ ପାଇଁ ଏକ ବଢ଼ିଆ ରେସିପି ନେଇ ଆସିଛୁ। ଯାହାକୁ ବନାଇବା ଏକଦମ୍‌ ସହଜ ପୁଣି ଆପଣ ୟାକୁ ବହୁତ କମ୍‌ ସମୟରେ ବନାଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ମ୍ୟାଙ୍ଗୋ ବର୍ଫି ଆବଶ୍ୟକ ସାମଗ୍ରୀ

  • ୧ କପ୍‌ କଟା ହୋଇଥିବା ଆମ୍ବ
  • ୧ କପ୍‌ ଚିନି
  • ୧/୨ କପ୍‌ କ୍ଷୀର
  • ୨ କପ୍‌ ନଡିଆ କୋରା

ପ୍ରସ୍ତୁତି ପ୍ରଣାଳୀ

ବ୍ଳେଣ୍ଡରରେ ୧ କପ୍‌ କଟା ହୋଇଥିବା ଆମ୍ବ ଏବଂ ୧/୨ କପ୍‌ କ୍ଷୀର ପକାଇ ଗ୍ରାଇଣ୍ଡିଂ କରନ୍ତୁ। ଏକ ଚିକ୍କଣ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଆମ୍ବ ପେଷ୍ଟକୁ ଏକ ପ୍ୟାନରେ ବାହାର କରି ମିଡିୟମ୍‌ ଫ୍ଲେମରେ ଆଞ୍ଚରେ ବସାନ୍ତୁ। ଚିନି ପକାନ୍ତୁ ଏବଂ ସମ୍ପୂର୍ଣ୍ଣ ଭାବେ ମିଳାଇବା ପାଇଁ ପର୍ଯ୍ୟନ୍ତ ମିଶାନ୍ତୁ। ଏବେ ନଡିଆ ପାଉଡର ପକାନ୍ତୁ ଏବଂ ଭଲଭାବେ ମିଶାନ୍ତୁ। ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ ଏବଂ ପ୍ରତି ଏକ ମିନିଟରେ ଚାମଚ ସାହାଯ୍ୟରେ ଚଲାନ୍ତୁ। ଆପଣଙ୍କୁ ମିଶ୍ରଣକୁ ସେତେ ପର୍ଯ୍ୟନ୍ତ ଆଞ୍ଚରେ ବସାଇବାକୁ ହେବ ଯେତେ ପର୍ଯ୍ୟନ୍ତ ଏହା ପ୍ୟାନକୁ ନ ଛାଡିଛି। ଏବେ ଏହି ମିଶ୍ରଣକୁ ଅଳ୍ପ ଥଣ୍ଡା ହେବାକୁ ଦିଅନ୍ତୁ। ଏବେ ଏହାକୁ ଏକ ପ୍ଲେଟକୁୁ ବାହାର କରି ସମାନ କରି ରଖିଦିଅନ୍ତୁ। ଏହାକୁ ପ୍ରାୟ ୩୦ ରୁ ୪୦ ମିନିଟ୍‌ ପର୍ଯ୍ୟନ୍ତ ଏପରି ରଖନ୍ତୁ। ଏତିକି ସମୟ ରଖିବା ପରେ ଏହାକୁ ବର୍ଫି ଆକାରରେ କାଟି ଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମ୍ୟାଙ୍ଗୋ ବର୍ଫି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading