ରାଜନୀତି କରିବାରୁ ଭାରତୀୟ କୃଷକ ସଂଘରୁ ବିଦା ହେଲେ ରାକେଶ ଟିକାୟତ, ନୂଆ ଅଧ୍ୟକ୍ଷ ହେଲେ ରାଜେଶ ଚୌହ୍ୱାନ

Creat A Revolution
           

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ କରି ଚର୍ଚ୍ଚିତ ଚେହେରା ପାଲଟିଥିବା ରାକେଶ ଟିକାୟତଙ୍କୁ ଭାରତୀୟ କିଷାନ ସଂଘରୁ ବରଖାସ୍ତ କରାଯାଇଛି। ଏଥି ସହ ତାଙ୍କ ଭାଇ ନରେଶ ଟିକାୟତଙ୍କୁ ମଧ୍ୟ ଅଧ୍ୟକ୍ଷ ପଦରୁ ବିଦା କରାଯାଇଛି। ତାଙ୍କ ସ୍ଥାନରେ ରାଜେଶ ଚୌହ୍ୱାନଙ୍କୁ ନୂତନ ଅଧ୍ୟକ୍ଷ ରୂପେ ଚୟନ କରାଯାଇଛି।

ଭାରତୀୟ କିଷାନ ସଂଘର ପ୍ରତିଷ୍ଠାତା ଦିବଂଗତ ଚୌଧୁରୀ ମହେନ୍ଦ୍ର ସିଂ ଟିକାୟତଙ୍କ ପୁଣ୍ୟ ତିଥିରେ ରବିବାର ଲକ୍ଷ୍ନୌରେ ସଂଗଠନର ନେତାଙ୍କ ବୈଠକ ହୋଇଥିଲା। ଏଥିରେ ଦୁଇ ଭାଇ ରାଜେଶ ଟିକାୟତ ଏବଂ ରାକେଶ ଟିକାୟତଙ୍କ ଉପରେ ନିଷ୍ପତ୍ତି ନିଆଯାଇଥିଲା। ଏହାସହ ଭାରତୀୟ କିଷାନ ସଂଘ ଅଣରାଜନୈତିକ ଦଳ ଗଠନ କରାଯାଇଛି। ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ରାଜେଶ ସିଂ ଚୌହ୍ୱାନ। ଚୌଧୁରୀ ରାଜେନ୍ଦ୍ର ସିଂ ମଲିକ ରାଷ୍ଟ୍ରୀୟ ସଂରକ୍ଷକ ଏବଂ ହରନାମ ସିଂ ପ୍ରଦେଶ ଅଧ୍ୟକ୍ଷ ହୋଇଛନ୍ତି।

ଏ ଅବସରରେ ନବ ନିଯୁକ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜେଶ ସିଂ ଚୌହାନ କହିଛନ୍ତି, ଭାରତୀୟ କିଷାନ ସଂଘ ଭୁଲ ରାସ୍ତାରେ ଚାଲିଥିଲା। ରାକେଶ ଟିକାୟତ ଏବଂ ନରେଶ ଟିକାୟତ ରାଜନୀତି କରିବା ଆରମ୍ଭ କରିଥିଲେ। ଚାଷୀଙ୍କ ହିତ ପାଇଁ ଏହି ସଂଗଠନର ଗଠନ ହୋଇଥିଲା। ବହୁ ପ୍ରୟାସ ପରେ ଦୁହେଁ ରାଜି ହେଲେ ନାହିଁ। ଶେଷରେ ଆମକୁ ଅଲଗା ସଂଗଠନ କରିବାକୁ ପଡ଼ିଲା। ଏଥିସହ ସେ କହିଛନ୍ତି, ଯଦି ସରକାର ଚାହାନ୍ତି ତେବେ କୃଷି ବିଲ ଉପରେ ଆଲୋଚନା କରିବାକୁ ଆମେ ପ୍ରସ୍ତୁତ। ବିଲ୍ ସଂଶୋଧନ ପରେ ଯଦି ଏହା କୃଷକଙ୍କ ହିତରେ ରହିବ ତେବେ ତାହା ଲାଗୁ କରିବାରେ ସରକାରଙ୍କୁ ସାହାଯ୍ୟ କରିବୁ ବୋଲି ସେ କହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading