ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ କପ୍: ଓଡ଼ିଶାରୁ ସ୍ଥାନ ପାଇଲେ ପ୍ରିୟଙ୍କା-ସୁଜାତା

Creat A Revolution
           

ଭୁବନେଶ୍ବର -: ମହିଳା ଟି-ଟେଣ୍ଟି ଚ୍ୟାଲେଞ୍ଜ କ୍ରିକେଟ ପାଇଁ ଖେଳାଳିମାନଙ୍କର ତାଲିକା ଘୋଷଣା ହୋଇଛି। ଘୋଷିତ ଖେଳାଳି ତାଲିକାରେ ୨ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓ ସୁଜାତା ମଲ୍ଲିକ। ସୂଚନାଯୋଗ୍ୟ, ମହିଳା ଟି-ଟ୍ୱେଣ୍ଟି ଚ୍ୟାଲେଞ୍ଜ କପ୍ ଆସନ୍ତା ୨୩ରୁ ପୁନେରେ ଖେଳାଯିବ।ସୂଚନାଯୋଗ୍ୟ, ନିକଟରେ ଖେଳାଯାଇଥିବା ଜାତୀୟ ମହିଳା ଟ୍ବେଣ୍ଟି-୨୦ ଲିଗ୍‌ରେ ଓଡ଼ିଶା ଟିମ୍‌ ଭଲ ପ୍ରଦର୍ଶନ କରିଥିଲା। ଓଡ଼ିଶା ଟିମ୍‌ ସେମିଫାଇନାଲ୍‌କୁ ଉନ୍ନୀତ ହୋଇଥିଲା।

ସୁରଟରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ଓଡ଼ିଶା ୧୩ ରନ୍‌ରେ ହରିୟାଣାକୁ ପରାସ୍ତ କରି ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା। ଏହି ମ୍ୟାଚ୍‌ରେ ସୁଜାତା ମଲ୍ଲିକଙ୍କ ପ୍ରଦର୍ଶନ ଭଲ ଥିଲା। ସେ ୩ ଓଭର ବୋଲିଂ କରି ୨୦ ରନ୍‌ ଦେଇଥିଲେ। ଜବାବରେ ସୁଜାତା ୨ଟି ୱିକେଟ୍‌ ନେଇଥିଲେ। ସେହିପରି ପ୍ରିୟଙ୍କା ପ୍ରୟଦର୍ଶିନୀ ସାହୁ ମଧ୍ୟ ଭଲ ବୋଲିଂ କରିଥିଲେ। ସେ ୪ ଓଭର ବୋଲିଂ କରି ୨୭ ରନ୍‌ ଖର୍ଚ୍ଚ କରିଥିଲେ ଓ ଗୋଟିଏ ୱିକେଟ୍‌ ନେଇଥିଲେ। ସଂପୂର୍ଣ୍ଣ ପ୍ରତିଯୋଗିତାରେ ଉଭୟ ସୁଜାତା ଓ ପ୍ରିୟଙ୍କା ଅଧିକ ୱିକେଟ୍‌ ନେଇଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading