ବାଘ ଛୁଆକୁ ମାତୃତ୍ୱର ସ୍ନେହ ଦେଉଛି କୁକୁର (ଦେଖନ୍ତୁ ଭିଡିଓ)

Creat A Revolution
           

ଆପଣ କେଉଁଠି ନା କେଉଁଠି ନିଶ୍ଚୟ ଶୁଣିଥିବେ ଯେ କିଛି ମା’ ନିଜ ଛୁଆଙ୍କୁ ଜନ୍ମ ପରେ ଛାଡ଼ିଦେଇ ପଳାନ୍ତି, ତ ସେଠି ଆଉ କେହି ଛୁଆଙ୍କ ଲାଳନପାଳନ କରନ୍ତି। ଏବେ ଏମିତି ହିଁ ଏକ ଦୃଶ୍ୟ ଆପଣଙ୍କୁ ଭାବପ୍ରବଣ କରିଦେବ। ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଜି ଆମେ ଆପଣଙ୍କୁ ଏଭଳି ଭିଡିଓ ଦେଖାଇବାକୁ ଯାଉଛୁ, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ିଯିବ। ଇଣ୍ଟରନେଟ୍‌ରେ ଜବରଦସ୍ତ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଗୋଟିଏ ପଶୁ ଅନ୍ୟ ପଶୁର ଛୁଆକୁ ଅତି ଯତ୍ନର ସହିତ ଲାଳନପାଳନ କରୁଛି। ଏଠି ଏକ ଲାବ୍ରାଡର କୁକୁର ବାଘ ଛୁଆମାନଙ୍କୁ ମା’ର ସ୍ନେହ ଦେଉଛି।

ଆପଣ ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କର ଅନେକ ଭିଡିଓ ଦେଖିଥିବେ। ସେଥି ମଧ୍ୟରୁ କିଛି ଭିଡିଓ ଆମକୁ ବହୁତ ମଜାଳିଆ ଲାଗୁଥିବା ବେଳେ ଆଉ କିଛି ଭିଡିଓ ଦେଖିଲେ ଆମକୁ ବେଶ୍‌ ଖୁସି ଲାଗିଥାଏ। କିନ୍ତୁ ଏହି ଭିଡିଓଟି ନିଶ୍ଚୟ ଆପଣଙ୍କ ମନ କିଣିନେବ। ମା’ର ସ୍ନେହ ଦେଇ ବାଘ ଛୁଆମାନଙ୍କୁ ପାଳୁଥିବା କୁକୁରଟି ଆପଣଙ୍କ ହୃଦୟ ଜିତିନେବ। ଘଟଣା ଚୀନର ବୋଲି ଜଣାପଡ଼ିଛି। ଖବର ମୁତାବକ, ଏକ ବାଘୁଣୀ ନିଜର ୩ ଶାବକଙ୍କୁ ଛାଡ଼ି କେଉଁଆଡ଼େ ଚାଲି ଯାଇଛି, ଆଉ ଏହାପରେ ଏକ ଲାବ୍ରାଡର କୁକୁର ସେହି ଶାବକମାନଙ୍କର ଦେଖାଶୁଣା କରୁଛି। ମା’ ଭଳି ଯତ୍ନ ନେଉଛି, ମା’ ପରି ଭଲ ପାଉଛି। ଭିଡିଓରେ ଦେଖା ଯାଉଛି ଯେ ୩ ବାଘ ଶାବକ କୁକୁର ଆଖପାଖରେ ବେଶ୍‌ ହସଖୁସିରେ ଖେଳୁଛନ୍ତି। କୁହାଯାଉଛି, ବାଘୁଣୀ ଜନ୍ମର ତୁରନ୍ତ ପରେ ନିଜ ଶାବକମାନଙ୍କୁ ଫିଡିଙ୍ଗ୍‌ କରାଇବାକୁ ମନା କରି ଦେଇଥିଲା।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଲାବ୍ରାଡର କୁକୁର ଗୋଟିଏ ଜାଗାରେ ବସିଥିବାର ନଜର ଆସୁଛି। ସେଠି ତା’ ପାଖରେ ବାଘ ଛୁଆମାନେ ଖେଳୁଛନ୍ତି, ତା’ ପିଠି ଉପରେ ଚଢ଼ୁଛନ୍ତି, ତାକୁ ଗେହ୍ଲା କରୁଛନ୍ତି। ୩ ଛୁଆ ନୂଆ ମା’ ପାଖରେ ଡ଼ିଅାଁ ଡେଇଁ କରୁଛନ୍ତି। ତେବେ ସାଧାରଣତଃ ପଶୁମାନେ ଜନ୍ମ ପରେ ନିଜ ଛୁଆମାନଙ୍କୁ ଛାଡ଼ି ଚାଲି ଯାଆନ୍ତି। କାହିଁକି ନା, ସେମାନେ ୨ କିମ୍ବା ୨ରୁ ଅଧିକ ଛୁଆ ଜନ୍ମ କରୁଥିବା ବେଳେ ଏହି ଛୁଆମାନଙ୍କର ଦେଖାଶୁଣା କରିପାରି ନ ଥାଆନ୍ତି। ସେମାନଙ୍କୁ କ୍ଷୀର ଖୁଆଇ ନ ଥାଆନ୍ତି। ଆଉ ଏହି ବଡ଼ କାରଣରୁ ହିଁ ପଶୁମାନେ ଛୁଆମାନଙ୍କୁ ଜନ୍ମ ଦେଇ ପଳାନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading