ନୂଆଦିଲ୍ଲୀ -:
ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ପୁଅ କୀର୍ତ୍ତି ଚିଦାମ୍ବରମ୍ଙ୍କ ଘରେ ସିବିଆଇର ଟିମ୍ ଚଢ଼ଉ କରିଛି। କୁହାଯାଉଛି ଯେ ଏହି ଚଢ଼ଉ ଯାଞ୍ଚ ପାଇଁ କରାଯାଇଛି। ସିବିଆଇ ଟିମ୍ କୀର୍ତ୍ତିଙ୍କ ଘର ଓ ଅଫିସ୍ ବ୍ୟତୀତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ଉ କରିଛି। ସୂଚନା ମୁତାବକ, ଦିଲ୍ଲୀ, ମୁମ୍ବାଇ ଓ ତାମିଲନାଡ଼ୁରେ କୀର୍ତ୍ତିଙ୍କର କେତେକ ଘର ଓ ଅଫିସରେ ସିବିଆଇ ରେଡ୍ କରିଛି।
ଚାଇନିଜ ଭିସା ନେଇ ଚାଲିଛି ଚଢ଼ଉ। ୫୦ ଲକ୍ଷ ଟଙ୍କା କାରବାର ନେଇ ଏହି ଚଢ଼ଉ ହୋଇଥିବା ଜଣାଯାଇଛି। ଚୀନର କିଛି ନାଗରିକଙ୍କୁ ଭିସା ଯୋଗାଇବା ପାଇଁ ୫୦ ଲକ୍ଷ କାରବାର ହୋଇଥିବା ସୂଚନା ମିଳିଛି। ଏଥିରେ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ପୁଅ କୀର୍ତ୍ତି ଚିଦାମ୍ବରମ୍ଙ୍କ ସମ୍ପୃକ୍ତି ଥିବା ଜଣାଯାଇଛି। ତେବେ ଏହି ଚଢ଼ଉ ନେଇ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ପୁଅ କୀର୍ତ୍ତି ଚିଦାମ୍ବରମ୍ ଟ୍ୱିଟ କରି କହିଛନ୍ତି – କେତେ ଥର ଏମିତି ଚଢ଼ଉ ହେଲାଣି ଆଉ ମନେ ନାହିଁ।
Discover more from odia.bnslive.in
Subscribe to get the latest posts sent to your email.