ବିସ୍ମୟ ଶିଶୁ କ୍ରୀଷ୍ନାଦେବ, ଇଣ୍ଡିଆ ବୁକ ଅଫ ରେକଡସରେ ପାଇଲେ ସ୍ଥାନ

Creat A Revolution
           

ସାଲେପୁର( ଶିଶୁକୃଷ୍ନ ନନ୍ଦ) -: କୁନି ବୟସରୁ ବୁକ ଅଫ ରେକର୍ଡସର ହେଲେ ଅଧିକାରୀ। ଇଣ୍ଡିଆ ବୁକ ଅଫ ରେକର୍ଡସ ଅଧିକାରୀ ହୋଇଛନ୍ତି କଟକଜିଲ୍ଲା ସାଲେପୁର ବ୍ଳକ ଚମ୍ପତି ପଂଚାୟତ ଗୋପୀନାଥପୁର ମଠ ସାହିର ୨ବର୍ଷ ୧୧ମାସ ବୟସର କ୍ରୀଷ୍ନାଦେବ ସାହୁ। ଯେଉଁ ବୟସରେ ଶିଶୁ ମାର କୋଳ ଛାଡିନଥାନ୍ତି ସେହି ବୟସରୁ ଖନେଇ ଖନେଇ ଅନରଗଳ କହି ଚାଲିଛନ୍ତି ଦେଶର ନା ସାଙ୍ଗକୁ ଇଂରାଜୀ ଶବ୍ଦ ଆଉ ସଂସ୍କୃତ ଶ୍ଳୋକ। ବାପା କ୍ରିତ୍ତିରଂଜନ ସାହୁ ସାଇକେଲ ମିସ୍ତ୍ରୀ ହୋଇଥିଲାବେଳେ ମା ଦୀପାଞ୍ଜଳି ସାହୁ ସିଲାଇ ମେସିନ ଚଳାଇ ବହୁ ଦୁଃଖ କଷ୍ଟରେ ପେଟ ପୋଶନ୍ତି ।

ମା ଦୀପାଞ୍ଜଳି ସାହୁ ଘର କାମ କରୁଥିବା ବେଳେ ନିଜର ଶିଶୁ ପୁତ୍ରକୁ ଶିଖାଇ ଚାଲିଥାନ୍ତି ଦେଶ ରାଜ୍ୟ ଠାରୁ ଆରମ୍ଭ କରି ଇଂରାଜୀ ଶବ୍ଦ ଓ ସଂସ୍କୃତ ଶ୍ଳୋକ। ନିଜର କୁନି ବୟସର ଶିଶୁପୁତ୍ର କ୍ରୀଷ୍ଣଦେବ ସାହୁ ଆମ ଦେଶର ୨୫ ଟି ରାଜ୍ୟ ସମେତ, ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳର ନାମ,ଜାତୀୟ ସଙ୍ଗୀତ, ଓଡ଼ିଶା ର ଚଉଦ ଜିଲ୍ଲା ର ନାମ,ଓଡ଼ିଆ ଵର୍ଣ୍ଣମାଳ, ଜାତୀୟ ଖେଳ,ଜାତୀୟ ପଶୁ ପକ୍ଷୀ,ଜାତୀୟ ପତାକା,ସାଧାରଣ ଜ୍ଞାନ,ଗାୟତ୍ରୀ ମନ୍ତ୍ର ଭଳି ତିନୋଟି ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରିବା ସହିତ ୪୦ଟି ଓଡ଼ିଆ ଶବ୍ଦ ର ଇଂରାଜୀ ଉଚ୍ଚାରଣ, ପଣିକିଆ,ଓଡ଼ିଆ ରେ କବିତା ପଙ୍କ୍ତି ଉଚ୍ଚାରଣ, ନିର୍ଭୁଲ ଭାବେ କହି ଚାଲିଥାନ୍ତି।

ଏନେଇ ବାପା କ୍ରିତ୍ତି ରଂଜନ ସାହୁ ନିଜର ଶିଶୁ ପୁତ୍ର ଏଭଳି ବିସ୍ମୟ ବୁଦ୍ଧିଦେଖି କିଭଳି ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହେବ ସେ ନେଇ ଚେଷ୍ଟା କଲାପରେ ଏଥିପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡସ ପକ୍ଷରୁ, ତାଙ୍କ ନିକଟକୁ ଆସି ପହଁଚିଛି ପ୍ରମାଣ ପତ୍ର ,ମେଡାଲ ,ବହି,କଲମ,ପରିଚୟପତ୍ର ଓ ବ୍ୟାଚ ଆଦି ସାମଗ୍ରୀ। ନିଜର ଶିଶୁପୁତ୍ର କିଭଳି ଦେଶ ବିଦେଶରେ ନା କମାଇବ ସେ ନେଇ ସରକାରୀ ଓ ବେସରକାରୀ ସ୍ତରରେ ସହଯୋଗ ପାଇଁ ନିବେଦନ କରିଛନ୍ତି।ଏପଟେ ବିସ୍ମୟ ଶିଶୁ କ୍ରିଷ୍ଣାଦେବ ସାହୁ ଇଣ୍ଡିଆ ବୁକ ଅଫ ରେକର୍ଡର ଅଧିକାରୀ ହେବା ପରେ ପ୍ରଶଂସାର ସୁଅ ଛୁଟିବା ସହ ତାଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ଶୁଭେଚ୍ଛୁ ମାନେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading