କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨, ଜୁରୀ ଭାବେ ନଜର ଆସିବେ ଦୀପିକା

Creat A Revolution
           

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବରେ ଯୋଗ ଦେବା ପାଇଁ ବଲିଉଡର ନାମୀଦାମୀ କଳାକାର ପହଞ୍ଚିଛନ୍ତି। ଚଳିତବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଭାରତ ପାଇଁ ଖାସ୍‌ ରହିଛି। ଭାରତକୁ ଏଥର ‘କଣ୍ଟ୍ରି ଅଫ୍‌ ଅନର’ରେ ସମ୍ମାନିତ କରାଯିବ। ଏଥର କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀ ଦୀପିକା ପାଦୁକୋନ ଜୁରୀ ଭାବେ ନଜର ଆସିବେ। ଗତକାଲି ସନ୍ଧ୍ୟାରେ ଜୁରୀ ସଦସ୍ୟଙ୍କର ପ୍ରେସ୍‌ କନଫରରେନ୍ସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏଥିରେ ଦୀପିକା ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ କରାଯାଉଥିବା ପ୍ୟାଣ୍ଟ ସାର୍ଟ ଆଉଟଫିଟ୍‌ ପିନ୍ଧିଥିଲେ। ତା’ ପରେ ରେଟ କାର୍ପେଟରେ ଯେଉଁ ଲୁକ୍‌ରେ ନଜର ଆସିଥିଲେ, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା।ଦୀପିକା ଏଥର କାନ୍ସରେ ପାରମ୍ପରିକ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି। ୧୭ ମଇରୁ ୨୮ ମଇ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଫେଷ୍ଟିଭାଲରେ ଦୀପିକା ପାରମ୍ପରିକ ଆଉଟ୍‌ଫିଟ୍‌ କ୍ୟାରି କରିବେ। ପ୍ରଥମେ ରେଡ କାର୍ପେଟ ଲୁକରେ ଦୀପିକା ପାଦୁକୋନ ବ୍ଲାକ ଏବଂ ଗୋଲଡେନ ସିମର ଶାଢି ପିନ୍ଧିଥିବା ନଜର ଆସିଛନ୍ତି। ଷ୍ଟାଇଲିଷ୍ଟ ଶାଲୀନା ନଥାନୀ ଦୀପିକାଙ୍କ କିଛି ଫଟୋ ସେୟାର କରିଛନ୍ତି।

ଦୀପିକା ଯେଉଁ ଶାଢି ପିନ୍ଧିଛନ୍ତି, ତାହା ସବ୍ୟସଚୀଙ୍କ ଦ୍ୱାରା ଡିଜାଇନ କରାଯାଇଛି। ଅଫ ସୋଲଡର ବ୍ଲାକ୍‌ ସିମର ବ୍ଲାଉଜ ସହିତ ଷ୍ଟାଇପ୍ଡ ଗୋଲଡେନ ଏବଂ ବ୍ଲାକ ଶାଢି ପିନ୍ଧିଛନ୍ତି। ଦୀପିକାଙ୍କ ଏହି ଲୁକ୍‌କୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ଶାଢି ସାଙ୍ଗକୁ ଦୀପିକାଙ୍କ ମେକ୍‌ଅପ୍‌ ଜବରଦସ୍ତ ଲାଗୁଛି। ଆପଣ ଫଟୋ ଦେଖିଲେ ନିଶ୍ଚିତ ଜାଣିପାରିବେ।କେବଳ ଦୀପିକା ନୁହେଁ କାନ୍ସ ଫେଷ୍ଟିଭାଲରେ ବଲିଉଡରେ ବିଭିନ୍ନ କଳାକାର ଭିନ୍ନ ଭିନ୍ନ ଆଉଟ୍‌ଫିଟ୍‌ରେ ନଜର ଆସିଛନ୍ତି। ତେବେ କାନ୍ସରେ କିଏ, କେମିତି ଆଉ କ’ଣ ପିନ୍ଧି ଆସୁଛନ୍ତି, ତାହାକୁ ନେଇ ବେଶି ଚର୍ଚ୍ଚା ହୋଇଥାଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading