ମନକଥା କହିଲେ, କ୍ଷୋଭ ପ୍ରକାଶ କଲେ : ଚର୍ଚ୍ଚାରେ ଅନୁଭବଙ୍କ ଏହି ଭିଡିଓ ଦେଖନ୍ତୁ

Creat A Revolution
           

କଟକ -: ଓଲିଉଡର ଲୋକପ୍ରିୟ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ସୋସିଆଲ ମିଡିଆରେ ନିଜର ଏକ ନୂଆ ଭିଡିଓ ଅପଲୋଡ୍ କରିଛନ୍ତି। ଏଥିରେ ନିଜର ମନକଥା କହିଛନ୍ତି।

ଗଣମାଧ୍ୟମ ଉପରେ କ୍ଷୋଭ ପ୍ରକାଶ କରି ଅନୁଭବ କହିଛନ୍ତି, ଗଣମାଧ୍ୟମ ଯାହା ଦେଖାଇବ, ତାହା କଣ ସତ୍ୟ? ଗତ ୧୪ ବର୍ଷ ହେଲା ମୁଁ ଯାହା ଭୋଗୁଛି ଗଣମାଧ୍ୟମ କେବେ କଳ୍ପନା କରିପାରିବ ନାହିଁ। ଘଟଣା ସଂପର୍କରେ ସତ କଣ ଜାଣିପାରି ବି ଗଣମାଧ୍ୟମ କିଛି କରିପାରୁନାହିଁ। ଅନୁଭବ ମହାନ୍ତି ଆହୁରି କହିଛନ୍ତି, ଯିଏ ବି ନ୍ୟାୟରେ ଅଛନ୍ତି, ଆଉ ନ୍ୟାୟରେ ଥାଇ ବି ଅନ୍ୟାୟର ଦଣ୍ଡ ଭୋଗୁଛନ୍ତି, ମୁଁ ଅନୁଭବ ମହାନ୍ତି ଶେଷ ନିଶ୍ବାସ ପର୍ଯ୍ୟନ୍ତ ସେମାନଙ୍କ ପଛରେ ଠିଆ ହେବି।

ମୋର ଯୋଉ ଭାଇଭଉଣୀମାନେ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି, ସେମାନଙ୍କ ପାଇଁ ଅଲବତ୍ ଲଢ଼ିବି। ବାକି ମହାପ୍ରଭୁଙ୍କ ହାତରେ। ଆପଣମାନଙ୍କ ହାତରେ। ସତ୍ୟର ଜୟ ହେଉ, ଧର୍ମର ଜୟ ହେଉ। ଯଦି ମୁଁ ଆପଣମାନଙ୍କୁ ଧୋକା ଦେଉଥାଏ, ତେବେ ମୋତେ ଦଣ୍ଡ ମିଳୁ। ଯଦି ମୁଁ ସତପଥରେ ଅଛି, ତେବେ ମୋତେ ନ୍ୟାୟ ମିଳୁ। ଅନୁଭବ ୧୯ ତାରିଖ  ଦିନ  ନିଜର ୟୁଟ୍ୟୁବ୍ ଚାନେଲରେ ଏହି ନୂଆ ଭିଡିଓ ‘ଅକୁହା ସତ୍ୟ’ ଅପଲୋଡ୍ କରିଛନ୍ତି। ଦିନ ଗୋଟାଏ ବେଳକୁ  ୨୦ ହଜାରରୁ ଅଧିକ ଭିୟୁ ହୋଇଥିବା ବେଳେ ୪ ହଜାରରୁ ଅଧିକ ଲାଇକ୍ ମିଳିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading