ପ୍ରତ୍ୟେକ ଦିନ ସୁନା ଓ ରୁପା ଦରରେ ପରିବର୍ତ୍ତନ ହୋଇଥାଏ। ଆଜି ଭାରତୀୟ ବଜାରରେ ସୁନା ମୂଲ୍ୟ ହ୍ରାସ ପାଇଛି। ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ,୧୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୦ ହଜାର ୨୯୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୬ ହଜାର ୧୦୦ ଟଙ୍କା ଓ ୫୦ ହଜାର ୨୯୦ ଟଙ୍କା ରହିଛି।
ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୬ ହଜାର ୧୦୦ ଟଙ୍କା ଓ ୫୦ ହଜାର ୨୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୬ ହଜାର ୧୦୦ ଟଙ୍କା ଓ ୫୦ ହଜାର ୭୯୦ ଟଙ୍କା ରହିଛି। ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭ ହଜାର ୩୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୧ ହଜାର ୭୦୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬ ହଜାର ୧୦୦ ଟଙ୍କା ଓ ୫୦ ହଜାର ୨୯୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ ବି କମିଛି। ରୁପା ଦର କିଲୋଗ୍ରାମ ପ୍ରତି ୬୧ ହଜାର ଟଙ୍କା ଥିବା ନେଇ ରେକର୍ଡ ହୋଇଛି।
Discover more from odia.bnslive.in
Subscribe to get the latest posts sent to your email.