ଆଜି ହେଉଛି ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଚତୁର୍ଥୀ ତିଥି। ଆଜିର ଦିନକୁ ଏକଦନ୍ତ ସଙ୍କଷ୍ଟି ଚତୁର୍ଥୀ ରୂପେ ପାଳନ କରାଯାଇଥାଏ। ଏହି ଦିନ ବିଘ୍ନ ବିନାଶକ ଗଣେଶଙ୍କ କୃପା ପାଇବା ପାଇଁ ଖାସ୍ ପୂଜାର୍ଚ୍ଚନା କରାଯାଇଥାଏ। ଭକ୍ତମାନେ ସଙ୍କଷ୍ଟି ଚତୁର୍ଥୀ ବ୍ରତ ରଖି ଗଣପତିଙ୍କ ଉପାସନା କରନ୍ତି। ବ୍ରତଧାରୀମାନେ ଏହି ଦିନ ଭଗବାନଙ୍କୁ ତାଙ୍କ ପ୍ରିୟ ଜିନିଷ ଅର୍ପଣ କରି ଥାଆନ୍ତି। ବିଶ୍ୱାସ ରହିଛି ଯେ ଗଣେଶଙ୍କୁ ତାଙ୍କ ପ୍ରିୟ ଜିନିଷ ଅର୍ପଣ କରିବା ଦ୍ୱାରା ଭକ୍ତଙ୍କ ସବୁ ବାଧାବିଘ୍ନ ଦୂର ହୋଇଥାଏ ଏବଂ ଭଗବାନ ପ୍ରସନ୍ନ ହୋଇ ଭକ୍ତମାନଙ୍କର ସମସ୍ତ ମନୋକାମନା ପୂରଣ କରି ଥାଆନ୍ତି। ସଙ୍କଷ୍ଟି ଚତୁର୍ଥୀ ପୂଜାରେ ଦୂବ ବିଶେଷ ରୂପେ ବ୍ୟବହାର ହୋଇଥାଏ। ବିନା ଦୂବରେ ଭଗବାନ ଗଣେଶଙ୍କ ପୂଜା ଅଧୁରା ରହିଥାଏ। ଏଥି ସହିତ ଦୂବକୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଯେପରି ଗୃହ ପ୍ରବେଶ, ମୁଣ୍ଡନ, ବିବାହ ଆଦିରେ ମଧ୍ୟ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ବୁଧବାର ଏବଂ ଚତୁର୍ଥୀ ପୂଜାରେ ଭଗବାନ ଗଣେଶଙ୍କୁ ଦୂବ ଅର୍ପଣ କରାଯାଏ। ଏହି ଦିନ ଦୂବର କିଛି ଉପାୟ ବହୁତ ଚମତ୍କାରୀ ପ୍ରମାଣିତ ହୋଇଥାଏ। ଆସନ୍ତୁ ଜାଣିବା ଏହି ଉପାୟ।
ସଙ୍କଷ୍ଟି ଚତୁର୍ଥୀ ଦିନ ଦୂବର ଚମତ୍କାରୀ ଉପାୟ
-ଯଦି ଆପଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଏବଂ ଆପଣଙ୍କ ପାଖରେ ଟଙ୍କା ରହୁନାହିଁ, ତା’ ହେଲେ ଗଣେଶ କିମ୍ବା ମା’ ଲକ୍ଷ୍ମୀଙ୍କୁ ଆପଣ ଗଣେଶ ଚତୁର୍ଥୀ କିମ୍ବା କୌଣସି ଶୁଭ ମୁହୂର୍ତ୍ତରେ ୫ଟି ଦୂବରେ ୧୧ଟି ଗଣ୍ଠି ପକାଇ ଅର୍ପଣ କରନ୍ତୁ। ଏମିତି କରିବା ଦ୍ୱାରା ଶୀଘ୍ର ଆର୍ଥିକ ସଙ୍କଟରୁ ମୁକ୍ତି ମିଳିଥାଏ।
-ମନର ଇଚ୍ଛା ପୂରଣ ପାଇଁ ଦୂବକୁ ଗାଈ କ୍ଷୀରରେ ମିଶାଇ ଏହାର ପେଷ୍ଟ୍ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମଥାରେ ତିଳକ ରୂପେ ଲଗାନ୍ତୁ। ଏମିତି କରିବା ଦ୍ୱାରା ମନୋକାମନା ଜଲ୍ଦି ପୂରଣ ହେବ।
-ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୃହ କ୍ଳେଶରୁ ମୁକ୍ତି ପାଇବା ପାଇଁ ଗାଈକୁ ସବୁଜ ଦୂବ ଘାସ ଖୁଆନ୍ତୁ। ଏହା କରିବା ଦ୍ୱାରା ପ୍ରେମର ଭାବନା ବଢ଼ିଥାଏ।
-ଧନ ପ୍ରାପ୍ତି ପାଇଁ ଭଗବାନ ଗଣେଶଙ୍କୁ ଚତୁର୍ଥୀ କିମ୍ବା ବୁଧବାର ଦିନ ୧୧ କିମ୍ବା ୧୨ଟି ଦୂବ ଅର୍ପଣ କରନ୍ତୁ।
-ମାନ୍ୟତା ରହିଛି, ଗଣେଶଙ୍କ ପୂଜାରେ ଦୂବ ବ୍ୟବହାର କରିବା ଦ୍ୱାରା କୁବେରଙ୍କ ପରି ଧନ ପ୍ରାପ୍ତ ହୋଇଥାଏ।
-ବୁଧବାର କିମ୍ବା ଚତୁର୍ଥୀ ଦିନ ଗଣେଶ ମନ୍ଦିରରେ ୧୧ଟି ଦୂବ ଗଣ୍ଠି ଚଢ଼ାଇବା ଦ୍ୱାରା ଗଣପତି ପ୍ରସନ୍ନ ହୁଅନ୍ତି ଏବଂ ବୁଧ ଦୋଷ ଦୂର ହୋଇଥାଏ।
Discover more from odia.bnslive.in
Subscribe to get the latest posts sent to your email.