କୂଅରୁ ମିଳିଲା ୨୩ ବର୍ଷୀୟ ଯୁବତୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ

Creat A Revolution
           

କୋରାପୁଟ -:

 କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ପୁକାଲି ଗ୍ରାମପଞ୍ଚାୟତର ବଡ଼ଫାଟୁର ଗ୍ରାମରେ ଏକ କୂଅରୁ ୨୩ ବର୍ଷୀୟ ଯୁବତୀଙ୍କ ମୃତ ଦେହ ଉଦ୍ଧାର କରାଯାଇଅଛି।

ସୂଚନା ଅନୁଯାୟୀ ଦୟା ବୁରୁଡ଼ିଙ୍କ ମଝିଆ ଝିଅ ପଦ୍ମଜା ବୁରୁଡ଼ି(୨୩) ଗତ ମଙ୍ଗଳବାର ଦିନ ଠାରୁ ନିଖୋଜ ରହିଥିଲେ। ପରିବାର ବର୍ଗ ଖୋଜା ଖୋଜି କରୁଥିଲେ କିନ୍ତୁ ମିଳିନଥିଲା। ଗତକାଲି ନାବାଳିକାର ମା ମନି ବୁରୁଡୀ ବାଇଗଣ ତୋଳିବାକୁ ବାଡିକୁ ଯାଇଥିଲେ। ଚାଷ ଜମି ନିକଟରେ ରହିଥିବା କୂଅରେ ତାଙ୍କ ଝିଅର ମୃତ ଶରୀରଟି ଭାସୁଥିବା ଦେଖିବାକୁ ପାଇଥିଲେ। କୂଅ ମଧ୍ୟରେ ଶବଟିକୁ ଚିହ୍ନଟ କରିବା ପରେ ପଟାଙ୍ଗି ଥାନାରେ ଏତଲା ଦେଇଥିଲେ । ପଟାଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ କରୁଛି।

ଗତକାଲି ନାବାଳିକାର ମା ମନି ବୁରୁଡୀ ବାଇଗଣ ତୋଳିବାକୁ ବାଡିକୁ ଯାଇଥିଲେ। ଚାଷ ଜମି ନିକଟରେ ରହିଥିବା କୂଅରେ ତାଙ୍କ ଝିଅର ମୃତ ଶରୀରଟି ଭାସୁଥିବା ଦେଖିବାକୁ ପାଇଥିଲେ। କୂଅ ମଧ୍ୟରେ ଶବଟିକୁ ଚିହ୍ନଟ କରିବା ପରେ ପଟାଙ୍ଗି ଥାନାରେ ଏତଲା ଦେଇଥିଲେ । ପଟାଙ୍ଗି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ କରୁଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading