ପ୍ରେମରେ ଧୋକା ଖାଇବା ପରେ ଜୀବନ ହାରିଲେ ଖୋର୍ଦ୍ଧାର ସୋମ୍ୟରଞ୍ଜନ …

Creat A Revolution
           

ଖୋର୍ଦ୍ଧା -: ପୁଣିଥରେ ଆଉ ଏକ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଲେ । ତିନିମାସ ତଳେ ଭୁବନେଶ୍ୱରରେ ସୋମ୍ୟରଞ୍ଜନ ନାମକ ଯୁବକ ଲଭ ପାଇଁ ଜୀବନ ହରିଥିଲେ ଆଉ କାଲି ଆଉ ଜଣେ ସୋମ୍ୟରଞ୍ଜନ ଲଭ ପାଇଁ ଜୀବନ ହାରିଛନ୍ତି । ଖୋର୍ଦ୍ଧା ଧଉଳିମୁହଁ ଷ୍ଟେସନ ନିକଟରେ ଗତ କାଲି ଏକ ଯୁବକ ଲଭ ଆଉ ଧୋକାକୁ ନେଇ ଆତ୍ମହତ୍ୟା କରିଥିଲେ । ମୃତ ଯୁବକ ଜଣକ ହେଲେ ସୋମ୍ୟରଞ୍ଜନ ପରିଡା ଧଉଳିମୁହଁ ଗ୍ରାମରେ ରହୁଥିଲେ। ରେଳ ଲାଇନରୁ ଖଣ୍ଡବିଖଣ୍ଡିତ ମୃତ ଦେହ ମିଳିଥିଲା ।

ପ୍ରଥମେ ହାତକୁ କାଟିବା ପରେ whatsapp status ରେ ନିଜ ହାତ କାଟି ଭିଡ଼ିଓ ଅପଲୋଡ଼ କରିଥିଲା ସୋମ୍ୟ ଘର ଲୋକଙ୍କୁ କଲ କରି ଭଲ ପାଉଥିବା ଝିଅର ନମ୍ବର ଦେବାସହିତ ଝିଅକୁ ଜଣାଇଦେବା ପାଇଁ କହିବା ସହିତ ବାପା ବୋଉକୁ ଭଲରେ ରଖିବାକୁ ସାନ ଭାଇକୁ ଫୋନ କରି ଜଣାଇଥିଲେ । ପରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସଦର ଥାନା ଅନ୍ତର୍ଗତ ଧଉଳିମୁହଁ ଟ୍ରେନ ଲାଇନ କଡ଼ରୁ ମୃତଦେହ ଉଦ୍ଧାର କରିଛି grp ପୋଲିସ ।

ସେ ବାଙ୍ଗାଲୋର ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ ସେ ସାଙ୍ଗର ବାହାର ପାଇଁ ଆସିଥିଲେ ସେହି ବାହାଘରରେ ଏଭଳି କିଛି ଘଟିଛି ଯୋଉଥିପାଇଁ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି ନେଇଥିଲେ ସୋମ୍ୟରଞ୍ଜନ। ବାହାଘରୁ ଆଉ ଘରକୁ ଫେରିନାହାନ୍ତି ସୋମ୍ୟରଞ୍ଜନ । ଲଭରେ ଧୋକା ପାଇବା ପରେ ଏଭଳି କରିଥିବା ଘରଲୋକ ଅଭିଯୋଗ କରିଛନ୍ତି । କିଏ ସେହି ଝିଅ ? ତାର ପରିଚୟ କଣ ? କେବେ ଠାରୁ ସିଏ ଭଲ ପାଉଥିଲା । କଣ ଏଭଳି ଘଟଣା ଘଟିଛି ଯୋଉଥିପାଇଁ ଆଉ ଘରକୁ ଫେରିଲେନି । ଏଭଳି ଚରମ ନିଷ୍ପତି ନେଇଛି ସୋମ୍ୟରଞ୍ଜନ ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିଛନ୍ତି ତାଙ୍କ ପରିବାର ସହିତ ସାଙ୍ଗ ସାଥି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading