୩୦୦ଫୁଟ ବୋରୱେଲ ତଳେ ଝୁଲି ରହିଛି ୬ ବର୍ଷୀୟ ଶିଶୁର ଜୀବନ …

Creat A Revolution
           

ପଞ୍ଜାବ

-: ପଞ୍ଜାବର ହୋଶିଆରପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା। ଏଠାରେ ଏକ ୬ ବର୍ଷର ଶିଶୁ ବୋରୱେଲ ଭିତରକୁ ଖସିପଡ଼ିବା ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ପିଲାଟି ବୁଲା କୁକୁରଠାରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ତା’ର ପାଦ ଖସି ଯିବାରୁ ସେ ବୋରୱେଲ ଭିତରକୁ ଖସିପଡିଥିବା କୁହାଯାଉଛି।

ଏନେଇ ଖବର ମିଳିବା ପରେ ଏବେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବା ସହ ଶିଶୁକୁ ଅମ୍ଳଜାନ ପଠାଯାଉଛି। ସୂଚନା ମୁତାବକ, ଘଟଣାଟି ଘଟିଛି ପଞ୍ଜାବର ହୋଶିଆରପୁରରେ ଥିବା ଗଦରିବାଲା ଗାଁରେ। ୬ବର୍ଷର ଶିଶୁ ବାହାରେ ଖେଳୁଥିବା ବେଳେ କିଛି ବୁଲା କୁକୁର ତାକୁ ଗୋଡ଼ାଇଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ଶିଶୁଟି ଦୌଡୁଥିବା ସମୟରେ ତା’ର ଗୋଡ଼ ଖସିଯିବାରୁ ପିଲାଟି ବୋରୱେଲ ଭିତରକୁ ଖସିପଡିଥିଲା। ଏନେଇ ଖବର ମିଳିବା ପରେ ଏବେ ଗଦରିବାଲା ଗାଁରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛନ୍ତି । ବୋରୱେଲଟି ପାଖାପାଖି ୩୦୦ଫୁଟ ଗଭୀର ଥିବା ବେଳେ ଏବେ ଶିଶୁଟିିକୁୁ ବଞ୍ଚାଇବା ପାଇଁ ବୋରୱେଲ ଭିତରକୁ ଅମ୍ଲଜାନ ପଠାଯାଉଛି।

ଏହା ସହ ଶିଶୁକୁ ଉଦ୍ଧାର କରିବା ପାଇଁ ପାଖରେ ଜେସିବି ସାହାଯ୍ୟରେ ଏକ ସୁଡ଼ଙ୍ଗ ମଧ୍ୟ ଖୋଳାଯାଉଛି।  ଏପରିକି ପ୍ରଶାସନିକ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ ପିଲାଟି ରବିବାର ସକାଳ ୯ଟା ମଧ୍ୟରେ ବୋରୱେଲ ଭିତରକୁ ଖସିପଡିଥିବା ବେଳେ ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛିି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading