ରାଇରଙ୍ଗପୁର -:
ପରେ ମହିଳା ଜଣଙ୍କ କଣ୍ଟାବଣୀ ଗ୍ରାମର ସୁବାସିନୀ ମାଝୀ ବୋଲି ଜଣାପଡ଼ିଥିଲା। ବିଧବା ମହିଳା ଜଣକ ଶ୍ରମିକ ଭାବେ କାମ କରୁଥିବା ବେଳେ ସ୍ବାମୀଙ୍କ ସାଙ୍ଗ ବାଇଦାପୋଷିର ଦାସମାତ ମାଝୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ମହିଳା ଜଣକ ଅନ୍ଯ କାହା ସହ ସମ୍ପର୍କ ରଖିଥିବା ସନ୍ଦେହ କରି ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହେଉଥିଲା। ଗତ ମେ ୧୪ତାରିଖ ଦିନ ସ୍କୁଲ ନିକଟରେ ମହିଳାଙ୍କ ସହ ପ୍ରେମାଳାପ ଚାଲିଥିବା ବେଳେ ଅନ୍ଯ ଯୁବକଙ୍କ ସହ ମିଶିବା ନେଇ କଥା ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଓ ଯୁବକ ଜଣକ ଉତକ୍ଷିପ୍ତ ହୋଇ ପଥରରେ ଛେଚି ମହିଳାଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ।
ପ୍ରମାଣ ନଷ୍ଟ ପାଇଁ ପଥରକୁ ପୋଖରୀରେ ଫିଙ୍ଗି ଦେଇ ମହିଳାଙ୍କୁ ସ୍କୁଲ ନିକଟ ବୁଦାମୂଳେ ଲୁଚାଇଦେଇ ଫେରାର ହୋଇଯାଇଥିଲା ଅଭିଯୁକ୍ତ । କିନ୍ତୁ ପୋଲିସ ପଞ୍ଝାରୁ ମୁକୁଳି ପାରିନଥିଲେ ।ପୋଲିସ ହତ୍ୟାକାରୀ ପ୍ରେମିକ ଦାସମାତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଡ଼ିପିଓ ରତିକାନ୍ତ ଗିରି ।
Discover more from odia.bnslive.in
Subscribe to get the latest posts sent to your email.