ପର୍ଯ୍ୟଟକ ଓ ନନ୍ଦନକାନନ କର୍ମଚାରୀଙ୍କ ଭିତରେ ଧସ୍ତାଧସ୍ତି, ଥାନାରେ ମାମଲା

Creat A Revolution
           

ଭୁବନେଶ୍ବର -: 

 ପୁଣି ନନ୍ଦନକାନନ କର୍ମଚାରୀଙ୍କ ନାଁରେ ଆସିଲା ପର୍ଯ୍ୟଟକଙ୍କୁ ମାଡ଼ ମରା ଅଭିଯୋଗ । ନନ୍ଦନକାନନରେ ପର୍ଯ୍ୟଟକ ଓ ସଫାରି କର୍ମଚାରୀଙ୍କ ସହ ମୁହାଁମୁହିଁ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ହତାହାତି ହୋଇଥିବା ସୂଚନା ମିଳିଛି। ୨୦ରୁ ଉର୍ଦ୍ଧ ରାଜ୍ୟ ବାହାରର ପର୍ଯ୍ୟଟକ ନଦ୍ଧକାନନ ବୁଲିବାକୁ ଆସିଥିଲେ। ତେବେ ସଫାରି ବୁକିଙ୍ଗ ନେଇ ପ୍ରଥମେ ଗଣ୍ଡଗୋଳ ହୋଇଥିଲା।

ପରେ ହାତାହାତି ପରିସ୍ଥିତି ହୋଇଥିବା ସୂଚନା ମଳିଛି। ଏଥିରେ କିଛି ପର୍ଯ୍ୟଟକ ଆହତ ହୋଇଛନ୍ତି। ଏନେଇ ନନ୍ଦନକାନନ ଥାନାରେ ମାମଲା ହୋଇଛି।  ପୋଲିସର ଘଟଣାର ତଦନ୍ତ କରୁଛି। ଉଭୟପକ୍ଷରୁ ନନ୍ଦନକାନନ ଥାନାରେ ଏତଲା ଦିଆଯାଇଛି। ଉଭୟ ପକ୍ଷରୁ ୧୦ ଜଣ  ଆହତ ହୋଇଥିବା ସୂଚନା ମିଳିଛି। ଏହି ମାମଲାରେ ୩ ଜଣଙ୍କୁ ଅଟକ ରଖି ନନ୍ଦନକାନନ ଥାନା ପୋଲିସ ପଚରାଉଚୁରା କରୁଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading