ଅନୁଗୁଳ -: ଅନୁଗୋଳ ସଦର ଥାନା ଅନ୍ତର୍ଗତ ନୂଆସାହି ଗ୍ରାମରେ ଦୋକାନୀକୁ ସିଗାରେଟ୍ ମାଗି ଜଣେ ଯୁବକର ଜୀବନ ଯାଇଛି l ସୂଚନା ଅନୁସାରେ ନୂଆସାହି ଗ୍ରାମର ଇନ୍ଦ୍ରମଣି ସାହୁଙ୍କ ପୁତ୍ର ଲଲିତ ସାହୁ ଛକରେ ଦୋକାନ କରିଥିବା ଦୁଷ୍ମନ୍ତ ସାହୁଙ୍କ ଦୋକାନ କୁ ଆସି ସିଗାରେଟ୍ ମାଗିଥିଲେ କିନ୍ତୁ ଦୋକାନୀ ସିଗାରେଟ୍ ଦେବାରେ ବିଳମ୍ବ ହେବାରୁ ଦୋକାନୀ ଦୁଷ୍ମନ୍ତ ସାହୁ ଏବଂ ଲଲିତ ସାହୁ ମଧ୍ୟରେ ବଚସା ହୋଇଥିଲା l
ଏହି ଘଟଣାକୁ କେନ୍ଦ୍ର କରି ଦୁଷ୍ମନ୍ତ ନିଜର ସପରିବାର ବାପା ବିଜୟ ସାହୁ ଏବଂ ଭାଇ ପିଣ୍ଟୁ ସାହୁଙ୍କ ସହିତ ଲଳିତ ସାହୁଙ୍କ ଘରକୁ ଯାଇ ଘର ସାମନାରେ ଛିଡା ହୋଇଥିବା ଲଲିତଙ୍କୁ ଏକ ଛୁରୀ ଦ୍ଵାରା ବେକରେ ଏବଂ ଲୁହା ପାଇପ୍ରେ ମୁଣ୍ଡକୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ l ଗୁରୁତର ଅବସ୍ଥାରେ ପରିବାର ବର୍ଗ ଲଳିତକୁ ଉଦ୍ଧାର କରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ l କିନ୍ତୁ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l
Discover more from odia.bnslive.in
Subscribe to get the latest posts sent to your email.