ବେଆଇନ ଗୃହର ଆରମ୍ଭ ହେଲା ଜବରଦଖଲ ଉଚ୍ଛେଦ

Creat A Revolution

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ବେଆଇନ ଗୃହ ନିର୍ମାଣକୁ ନେଇ ଆରମ୍ଭ ହେଲା ଜବର ଦଖଲ ଉଚ୍ଛେଦ। ଉଚ୍ଛେଦ ସମୟରେ ପ୍ରଶାସନ ଏବଂ ଜନସାଧାରଣ ମୁହାଁ ମୁହିଁ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ନୂତନ ଶିଳ୍ପାଞ୍ଚଳ ମଠ ସାହି ଅଞ୍ଚଳରେ।ଦୀର୍ଘଦିନ ହେବ ସରକାରୀ ଜମିକୁ ଜବର ଦଖଲ କରି ବେଆଇନ ଭାବେ ଗୃହ ନିର୍ମାଣ କରି ରହୁଥିଲେ। ଏଥିପାଇଁ ସରକାରୀ ସ୍ତରରୁ ବାରମ୍ବାର ନୋଟିସ ହୋଇଥିଲେ ମଧ୍ୟ ବସ୍ତି ବାସିନ୍ଦା ଏଥି ପ୍ରତି କୌଣସି ଦୃଷ୍ଟି ଦେଇନଥିଲେ।

ଯାହା ଫଳରେ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ ପ୍ରଶାସନ ଅତିରିକ୍ତ ତହସିଲଦାର ସାଲେପୁର,ରାଜସ୍ବ ନିରୀକ୍ଷକ ଏବଂ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତି ରେ ଜବରଦଖଲ ଉଚ୍ଛେଦ ହୋଇଛି। ଅତିରିକ୍ତ ତହସିଲଦାର ଙ୍କ କହିବା ମୁତାବକ ସରକାରୀ ଜମି ରେ ବେଆଇନ ଭାବେ ଗୃହ ନିର୍ମାଣ କରିବାରୁ,୨୦୧୮ମସିହାରେ ଏଥିପ୍ରତି ସରକାରଙ୍କ ତରଫରୁ ଏକ ନୋଟିସ ଜାରି କରାଯାଇଥିଲା, ଏବଂ ବାରମ୍ବାର ନୋଟିସ ପରେ ମଧ୍ୟ ସେ ଉଚ୍ଛେଦ ହୋଇନଥିଲେ। ସରକାରୀ ସ୍ଥରରୁ ମଧ ଥଇଥାନ ପାଇଁ ଏକ ଗୁଣ୍ଠ ଜମି ପ୍ରଦାନ କରାଯାଇଥିବା ସତ୍ତ୍ୱେ ମଧ୍ୟ ବସ୍ତି ବାସିନ୍ଦା ଏଥିରୁ ଓହରି ନଥିଲେ ,ଯାହା ଫଳରେ ଆଜି ଜବରଦଖଲ କରାଯାଇଛି। ଏହି ଜବରଦଖଲ ଉଚ୍ଛେଦ ସମୟରେ କିଛି ସମୟ ପାଇଁ ପୋଲିସ-ଜନତା ମୁହାଁ-ମୁହିଁ ହେବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।ଏଭଳି ଉଚ୍ଛେଦକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ଦେଖାଦେଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!