ପୁଅକୁ ପୁଅ ବାହା କଲେ ପିଲା ଜନ୍ମ ହେବ !

Creat A Revolution
           

ପୁଅକୁ ପୁଅ ବାହା କଲେ ପିଲା ଜନ୍ମ ହେବ କି? ଯୌତୁକ ପ୍ରଥାକୁ ବନ୍ଦ କରିବା ପାଇଁ ଲୋକଙ୍କୁ କହିବା ସହ ଏଭଳି ପ୍ରଶ୍ନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର।ଯୌତୁକ ପ୍ରଥାକୁ ସମାଲୋଚନା କରି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର କହିଛନ୍ତି ଯେ, ଝିଅକୁ ବିବାହ କରିବା ପାଇଁ ଯୌତୁକ ମାଗିବା ଠାରୁ ଖରାପ ଆଉ କିଛି ହୋଇପାରିବ ନାହିଁ। ବିବାହ ହେଲେ ହିଁ ଏକ ସନ୍ତାନ ଜନ୍ମ ହେବ, ନୁହେଁ କି? ଯଦି ଗୋଟିଏ ପୁଅ ଗୋଟିଏ ପୁଅକୁ ବିବାହ କରେ, ତେବେ ପିଲା ଜନ୍ମ ହେବେ କି?

ଆପଣମାନେ ଗୋଟିଏ ଝିଅକୁ ବିବାହ କଲେ ଯାଇ ସନ୍ତାନ ପାଇପାରିବେ। ହେଲେ ଆପଣଙ୍କୁ ସନ୍ତାନ ଦେଉଥିବା ଝିଅକୁ ବିବାହ କରିବା ପାଇଁ ଆପଣ ଯୌତୁକ କେମିତି ମାଗୁଛନ୍ତି। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏହି ମନ୍ତବ୍ୟ ପାଟନାରେ ନୂତନ ବାଳିକା ହଷ୍ଟେଲର ଉଦଘାଟନ ଅବସରରେ ଦେଇଛନ୍ତି। ଏହି ଅବସରରେ ନିତିଶ ଏହା ମଧ୍ୟ କହିଛନ୍ତି ଯେ ଆମ ସମୟରେ କଲେଜରେ ଝିଅ ନଥିଲେ। କିନ୍ତୁ ଆଜି ଝିଅମାନେ ଡାକ୍ତରୀ କିମ୍ବା ଇଞ୍ଜିନିୟରିଂ ହେଉ ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ୁଛନ୍ତି। ମହିଳା ସଶକ୍ତିକରଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଆମେ ମଦ ନିଶେଧ କରିଛୁ। ଆମେ ଯୌତୁକ ବ୍ୟବସ୍ଥା ଏବଂ ବାଲ୍ୟ ବିବାହ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛୁ। ଗୋଟିଏ ଝିଅକୁ ବିବାହ କରିବା ପାଇଁ ଯୌତୁକ ମାଗିବା ଠାରୁ ଖରାପ କିଛି ନାହିଁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading