ବ୍ରଜରାଜନଗରରେ କଡ଼ା ଟକ୍କର ଦେବ କଂଗ୍ରେସ …

Creat A Revolution
           

ବରଗଡ଼ -: ବ୍ରଜରାଜନଗର ଉପନିର୍ବାଚନରେ କଡ଼ା ଟକ୍କର ଦେବୁ। ସେଠାରୁ ପରିବର୍ତନର ସ୍ବର ଆରମ୍ଭ ହେବ ବୋଲି ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଲେ,  ସମଗ୍ର ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଅମଳରେ କଳ କାରଖାନା ପ୍ରତିଷ୍ଠା ହୋଇଥିଲା।

ଆଜି ସେସବୁ ବିକ୍ରି କିମ୍ବା ବନ୍ଦ ହୋଇସାରିଛି। ସ୍ଥାନୀୟ ସମସ୍ୟାକୁ ଉଭୟ  ରାଜ୍ୟ ଏବଂ କେନ୍ଦ୍ର ସରକାର ଅଣଦେଖା କରି ଲୋକଙ୍କୁ ଭୂୟାଁ ବୁଲାଉଛନ୍ତି। କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦ୍ବିଗୁଣିତ ହେବ, ସମସ୍ତ ଲୋକଙ୍କ ବ୍ୟାଙ୍କ୍ ଖାତା ରେ ୧୫ ଲକ୍ଷ ଟଙ୍କା ଜମା ହେବ, କୋଟି କୋଟି ଯୁବକ ଙ୍କୁ ଚାକିରୀ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ତାହା ପାଳନ ହୋଇନାହି:। ରାଜ୍ୟ ସରକାର ସମଗ୍ର ରାଜ୍ୟରେ କଂଗ୍ରେସ ଅମଳରେ ଛିଡ଼ା ହୋଇଥିବା କଳକାରଖାନାକୁ ଶାଗ ମାଛ ଦରରେ ବିକ୍ରି କରିଛନ୍ତି।

ବେକାରୀ ଏବଂ ଦାଦନ ସମସ୍ୟା ଏହି କାରଣରୁ ବଢ଼ିଛି। ବ୍ରଜରାଜନଗର ମଧ୍ୟ ଏହାର ସାକ୍ଷୀ। ସେଠାକାର କୋଇଲା ଖଣିର ଆଲୋକରେ ସମଗ୍ର ରାଜ୍ୟ ଆଲୋକିତ ହେଉଥିବା ବେଳେ ଆଜି ବ୍ରଜରାଜନଗରବାସୀ ସମ୍ପୂର୍ଣ୍ଣ ଉପେକ୍ଷିତ। ସମଗ୍ର ଅଞ୍ଚଳରେ ଗୋଟିଏ ମଧ୍ୟ ସରକାରୀ ମହାବିଦ୍ୟାଳୟ ସରକାର ପ୍ରତିଷ୍ଠା କରିବାରେ ବିଫଳ ହୋଇଛନ୍ତି। ମହାନଦୀ ପ୍ରସଂଗ ନେଇ ବି ରାଜ୍ୟ ସରକାର ଚୁପ୍‌। ଆଲୋଚନା ମାଧ୍ୟମରେ ଏହି ଜଳବିବାଦର ଅନ୍ତ ହୋଇପାରିବ ବୋଲି ସେ କହିଥିଲେ। ବ୍ରଜରାଜନଗରରେ ଜନଆକ୍ରୋଶର ପ୍ରତିଫଳନ ଦ୍ବାରା ଉଭୟ ବିଜେପି ଏବଂ  ବିଜେଡି ପରାସ୍ତ ହେବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ  ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର ରଞ୍ଜନ ମହାନନ୍ଦ ମଞ୍ଚାସୀନ ଥିଲେ। ନିପନ ଦାଶ, ବ୍ରହ୍ମା ମହାକୁର, ସରୋଜ ଷଡ଼ଙ୍ଗୀ, ପାଣ୍ଡବ କର୍ଣ୍ଣ, ଅନନ୍ତ ତାଣ୍ଡି, ସୁଧୀର ଜେନା, ଦେବୁ ସ୍ବାଇଁ ଉପସ୍ଥିତ ଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading