ରାଜ୍ୟରେ କିନ୍ନରଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରୁଥିବା ମେଘନା ସାହୁଙ୍କ ଉପରେ ଆଧାରିତ ଚଳଚିତ୍ର ‘ଟି’ର ପୋଷ୍ଟର, ଟ୍ରେଲର କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ରିଲିଜ ହୋଇଛି। ଏଥିରେ ମେଘନାଙ୍କ ଭୂମିକାରେ ଦେବ ଏବଂ ମୀରା ପରିଡ଼ାଙ୍କ ଭୂମିକାରେ ଉଷସୀ ମିଶ୍ର ରହିଛନ୍ତି। ଜିତେନ୍ଦ୍ର କୁମାରଙ୍କ ପ୍ରଯୋଜିତ ଏବଂ ନିର୍ଦେଶିତ ଏହି ଚଳଚ୍ଚିତ୍ର ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବ।

ଜିତେନ୍ଦ୍ର କହିଛନ୍ତି, ‘ଟି’ ଚଳଚ୍ଚିତ୍ରଟି ମେଘନାଙ୍କ ଉପରେ ଆଧାରିତ ହେଲେ ମଧ୍ୟ ଏହା ସମୁଦାୟ କିନ୍ନର ସମାଜକୁ ପ୍ରତିନିଧିତ୍ବ କରୁଛି। ଗରିବ ପରିବାରରେ ଜନ୍ମ ହୋଇଛନ୍ତି ବିଷ୍ଣୁ। ତାଙ୍କ ଝିଅ ବ୍ୟବହାର ପାଇଁ ସେ ନିୟମିତ ଭାବରେ ବାପାଙ୍କ ଠାରୁ ମାଡ଼ ଖାଇବା ସହିତ ସହପାଠୀର ତାଚ୍ଛଲ୍ୟର ଶିକାର ହୋଇଥାଆନ୍ତି। ସେ କିନ୍ନର ଜଣାପଡ଼ିବା ପରେ କିଭଳି ଉତ୍ଥାନ-ପତନ ଦେଇ ତାଙ୍କ ଜୀବନ ଗତି କରିଛି ଏହାକୁ ନେଇ ‘ଟି’ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ଓଡ଼ିଶାରେ ମଧ୍ୟ ଖୁବ ଶୀଘ୍ର ଏହାର ଟ୍ରେଲର ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଜଣାପଡ଼ିଛି।

Discover more from odia.bnslive.in
Subscribe to get the latest posts sent to your email.