ଯାହା ଖାଇବ ସବୁକିଛି ମାତ୍ର ପାଞ୍ଚ ଟଙ୍କା, ପନୀର ଟିକା-ଭେଜ୍‌ ଲଲିପପ୍‌-ପନୀର ସ୍ପ୍ରିଙ୍ଗରୋଲ ସବୁକିଛି ୫ 

Creat A Revolution
           

କଟକ – : ଯାହା ଖାଇବେ ପାଞ୍ଚ ଟଙ୍କା, ହଁ ଆଜ୍ଞା ଯାହା ଖାଇବାକୁ ଆପଣ ଇଚ୍ଛା କରିବେ, ସେ ପନୀର ଟିକା ହେଉ, ଭେଜ୍‌ ଲଲିପପ୍‌ ହେଉ କିମ୍ବା ପନୀର ସ୍ପ୍ରିଙ୍ଗ ରୋଲ ପୋଟାଟୋ ଟିକା ହେଉ ସବୁକିଛି ପାଇବେ ମାତ୍ର ପାଞ୍ଚ ଟଙ୍କାରେ। ଥରେ ଭାବିଲେ ଏବେର ମହଙ୍ଗା ଯୁଗରେ ତେଲ ରେଟ ଯାହା ହେଲାଣି ପୁଣି ସବୁ ଜିନିଷର ଦର ଦାମ୍‌ ଯେମିତି ବଢ଼ିଲାଣି, ଏଭଳି ସ୍ଥିତିରେ କିଏ ପାଞ୍ଚ ଟଙ୍କାରେ କଣ ଏସବୁ ଦେଇପାରେ। କିନ୍ତୁ ହଁ କଟକରବାସୀ ଏହି ସୁବିଧାରର ଲାଭ ଉଠାଇ ଏହାର ସ୍ୱାଦ ନିହାତି ଚାଖି ପାରିବେ। କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ସିଲଭର ସିଟି ହସ୍ପିଟାଲ ପାଖରେ ଥିବା ଏହି ଫୁଡ୍‌ ଷ୍ଟଲରେ ରହିଛି ଭେରାଇଟି ପ୍ରକାରର ଷ୍ଟ୍ରିଟ ଫୁଡ ଯାହାର ଦାମ୍‌ ମାତ୍ର ୫ ଟଙ୍କା।

ଆପଣ ଦେଖୁଥିବା ଏ ଯୁବକ ହେଉଛନ୍ତି ୨୭ ବର୍ଷିୟ ନାରାୟଣ ସାହୁ। ଜୀବନରେ ବଞ୍ଚିବା ପାଇଁ ହେଲେ ସଂଘର୍ଷ କରିବାକୁ ପଡେ ତାହା ସେ ବୁଝି ସାରିଛନ୍ତି। ସେଥିପାଇଁ ତ ଏଇ ଦୋକାନ କରି ଗ୍ରାହକଙ୍କୁ ସୁଆଦିଆ ଖାଦ୍ୟ ଦେବା ସହ ସେ କରୁଛନ୍ତି ଆମାଜନ୍‌ ଡେଲିଭରୀ ବୟ କାମ। କୋଭିଡ ଓ ଲକଡାଉନ ସମୟରେ ନିଜ ଘରକୁ ଠିକ ସେ ଚଳାଇ ପାରୁନଥିଲେ ସେ। ଦିନେ ଖାଇଲେ ଆଉ ରାତି ପାଇଁ ଖାଦ୍ୟ ଯୋଗାଡ଼ କରିବା ପାଇଁ ସଂଘର୍ଷ କରିବାକୁ ପଡୁଥିଲା ନାରାୟଣଙ୍କୁ। ଘରର ଦାଇତ୍ୱ ନାରାୟଣଙ୍କ ଉପରେ,ଘର ଚଳାଇବେ କେମିତି? ଘରର ଭାର ନିଜ ଉପରେ ନେଇ ଭଲ ପାଠ ମଧ୍ୟ ପଢିପାରିଲେ ନାହିଁ। ଆମାଜନରେ ଡେଲିଭରି ବୟ ଭାବରେ କାମ କରି ଦିନ ଯାକ ପରିଶ୍ରମ କରି ଆସନ୍ତି ତଥାପି ଘର ଚଳାଇବାକୁ ଏତିକି ଟଙ୍କା ଅଣ୍ଟେ ନାହିଁ।

ସେଥିପାଇଁ ଧୀରେ ଧୀରେ କୋଭିଡ କଟକଣା ଉଠିବା ପରେ ନାରାୟଣ ନିଜ ଘର ପାଖରେ ଏକ ଭେଜ ଷ୍ଟଲ ଖୋଲିଲେ ଆଉ ସେଥିରେ ତାଙ୍କୁ ସହାୟତା କଲେ ତାଙ୍କ ବାପା। ମାତ୍ର ୫ ଟଙ୍କାରେ ପନିର ଷ୍ଟିକ,ପୋଟାଟୋ ଷ୍ଟିକ,ଭେଜ ଲଲିପପ୍‌,ପନିର ସ୍ପ୍ରିଙ୍ଗ ରୋଲ ଆଦି ତିଆରି କରି ଆରମ୍ଭ କରିଦେଲେ ବ୍ୟବସାୟ। ସକାଳ ୬ଟାରୁ ୧୨ଟା ଯାଏଁ ସେ ଆମାଜନରେ ଡେଲିଭର ବୟ କାମ କରନ୍ତି।

ଆଉ କଣ ଦିଟା ଖାଇଦେଇ ପୁଣି ଲାଗିପଡନ୍ତି ଷ୍ଟଲ କାମରେ। ଦିନ ୪ଟାରୁ ଖାଦ୍ୟ ଶେଷ ହେବା ଯାଏଁ ସେ ଏହି ଦୋକାନରେ ବିକ୍ରି କରିବାରେ ଲାଗିଥାନ୍ତି। ଏହି ୟୁନିକ ଆଉ ଟେଷ୍ଟି ଖାଦ୍ୟ ଖାଇବା ପାଇଁ କଟକର ଅନେକ ଜାଗାରୁ ଲୋକେ ଆସୁଛନ୍ତି ଖାଦ୍ୟର ମଜା ନେବା ପାଇଁ। ନାରାୟଣ ବି ବଡ ଆନନ୍ଦରେ ଗ୍ରାହକଙ୍କୁ ବଢ଼ାଇ ଦିଅନ୍ତି ସୁସଜ୍ଜିତ ପ୍ଲେଟ। ତେବେ କୌଣସି କାମକୁ ଛୋଟ ନ ଭାବି ଆଜି ନିଜ ଗୋଡରେ ଛିଡା ହୋଇପାରିଛନ୍ତି ନାରାୟଣ। ଆଉ ଅନ୍ୟ ଯୁବକଙ୍କ ପାଇଁ ବି ସେ ଆଜି ପ୍ରେରଣା ପାଲଟି ପାରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading