ରାଜ୍ୟସଭା ଯିବେ ଏହି ୪ପ୍ରାର୍ଥୀ, କେବଳ ଘୋଷଣାକୁ ଅପେକ୍ଷା … !

Creat A Revolution
           

ଭୁବନେଶ୍ବର -: ନିଷ୍ପତ୍ତି ହୋଇ ସାରିଛ କେଉଁମାନଙ୍କୁ ରାଜ୍ୟସଭା ଟିକେଟ୍‌ ମିଳିବ । ପ୍ରାର୍ଥୀଙ୍କୁ ଚୟନ କରିସାରିଛନ୍ତି ବିଜେଡି ସୁପ୍ରିମୋ। ଦଳ ତରଫରୁ ୪ ଜଣଙ୍କୁ ଇସାରା ଦିଆଯାଇଛି। ନାମାଙ୍କନ ଭରିବା ପାଇଁ ପ୍ରସ୍ତୁତ ହୋଇ ରହିବା ପାଇଁ କୁହାଯାଇଛି । ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାର ସରିବ । ତେଣୁ ପ୍ରଚାର ସରିବା ପରେ ବିଜେଡିର ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ । ଏଭିତରେ ବିଜେଡି ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଚାରି ଜଣ ପ୍ରାର୍ଥୀ ୧୬ ସେଟ୍‌ ନାମାଙ୍କନ ଦାଖଲ କରିବେ । ପ୍ରତି ସେଟ୍‌ରେ ୧୦ ଜଣ ଲେଖାଏଁ ବିଧାୟକ ସମର୍ଥକ ରହିବେ । ତେଣୁ କେଉଁ ବିଧାୟକ କେଉଁ ପ୍ରାର୍ଥୀଙ୍କର ସମର୍ଥକ ରହିବେ ତାହା ମଧ୍ୟ ଚୂଡାନ୍ତ ହୋଇସାରିଥିବା କୁହାଯାଉଛି । ପୂର୍ବରୁ ରାଜ୍ୟସଭା ପାଇଁ ଅନେକ ବ୍ୟକ୍ତିଙ୍କୁ ନେଇ ଲାଗି ରହିଥିଲା ଚର୍ଚ୍ଚା। କିନ୍ତୁ ଏବେ ସସ୍ମିତ ପାତ୍ର, ପ୍ରଦୀପ ମାଝୀ, ଶ୍ରୀମୟୀ ମିଶ୍ର ଓ ମାନସ ମଙ୍ଗରାଜଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏ ସବୁ ଭିତରେ ବିଜେଡି ସୁପ୍ରିମୋଙ୍କ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା। କୁହାଯାଉଛି, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ କରି ବଡ଼ ରାଜନୈତିକ ବାର୍ତ୍ତା ଦେବାକୁ ପ୍ରୟାସ କରିବେ ବିଜେଡି ସୁପ୍ରିମୋ।  ଓଡ଼ିଶାରୁ ତିନି ରାଜ୍ୟସଭା ଆସନ ପାଇଁ ଆସନ୍ତା ୩୧ ପର୍ଯ୍ୟନ୍ତ ନାମାଙ୍କନ ଦାଖଲର ସମୟସୀମା ରହିଛି। ସେହିପରି ଗୋଟିଏ ରାଜ୍ୟସଭା ଆସନର ଉପ ନିର୍ବାଚନ ପାଇଁ ଜୁନ ଦୁଇ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading