ଯୋଗୀ ହେଉଛନ୍ତି ଉତ୍ତରପ୍ରଦେଶର ଗବ୍ବର ସିଂ- ମନ୍ତ୍ରୀ ଫିରହାଦ ହାକିମ

Creat A Revolution
           

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସାକାଣ୍ଡ ବଢିଥିବା ନେଇ ଗତକାଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ | ଆଉ ଆଜି ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ତଥା କୋଲକାତା ମେୟର ଫିରହାଦ୍ ହାକିମ | ଫିରହାଦ, ପଶ୍ଚିମବଙ୍ଗ ନିର୍ବାଚନ ପରେ ହିଂସା ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିନ୍ଦା କରିବା ସହ ତାଙ୍କୁ ଉତ୍ତରପ୍ରଦେଶର ଗବ୍ବର ସିଂ ବୋଲି କହିଛନ୍ତି । ହାକିମ କହିଛନ୍ତି ଯେ ପଶ୍ଚିମବଙ୍ଗ ବିଶ୍ୱକୁ ଶାନ୍ତିର ଶିକ୍ଷା ଦେଇଛି।

ପଶ୍ଚିମବଙ୍ଗର ମନ୍ତ୍ରୀ ଫିରହାଦ ହାକିମ କହିଛନ୍ତି, “ଯୋଗୀ ହେଉଛନ୍ତି ଉତ୍ତରପ୍ରଦେଶର ଗବ୍ବର ସିଂ। ଉତ୍ତରପ୍ରଦେଶରେ ତାଙ୍କ ବିରୋଧରେ କହିବାକୁ କେହି ସାହସ କରନ୍ତି ନାହିଁ। ଯୋଗୀ ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରାନ୍ତି ଓ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ବାବଦରେ କୁହନ୍ତି | ଏଠାରେ କୌଣସି ହିଂସା ହେଉନାହିଁ, ପଶ୍ଚିମବଙ୍ଗବାସୀ ବିଶ୍ୱକୁ ଶାନ୍ତି ଶିକ୍ଷା ଦେଇଛନ୍ତି।” ସେ ଆହୁରି ମଧ୍ୟ କହିଛନ୍ତି, “ଯୋଗୀ ଆସି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ପ୍ରଶାସନ ଶିଖିବା ଉଚିତ୍।

ଆପଣ ଧର୍ମ ନାମରେ ନିର୍ବାଚନ କରନ୍ତି ଏବଂ ହିଂସା ଘଟାନ୍ତି। ଅନ୍ୟ ପଟେ ଆମେ ବିକାଶ ପ୍ରସଙ୍ଗରେ ନିର୍ବାଚନ ଲଢ଼ୁଛୁ ।” ସୂଚନା ଥାଉ କି ଗତକାଲି ଯୋଗୀ କହିଥିଲେ ଯେ ନିର୍ବାଚନ ପରେ ଉତ୍ତରପ୍ରଦେଶରେ କୌଣସି ଅଶାନ୍ତି ହୋଇ ନ ଥିବାବେଳେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସାକାଣ୍ଡ ହୋଇଛି | ଉତ୍ତରପ୍ରଦେଶର ଜନସଂଖ୍ୟା ପ୍ରାୟ ୨୫ କୋଟି ହୋଇଥିବାବେଳେ ନିର୍ବାଚନ ପରେ ହିଂସାକାଣ୍ଡ ହୋଇନଥିଲା | କିନ୍ତୁ ପଶ୍ଚିମବଙ୍ଗରେ ଜନସଂଖ୍ୟା ଉତ୍ତରପ୍ରଦେଶଠାରୁ ଅଧା ହୋଇଥିଲେ ବି ନିର୍ବାଚନ ପରେ ହିଂସାକାଣ୍ଡ ହୋଇଛି |


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading