କଟକ/ବାଙ୍କୀ -: ମହୁମାଛି ଆକ୍ରମଣରେ ୩ ଆହତ, ଜଣେ ମୃତ। କଟକ ଜିଲ୍ଲା ବାଙ୍କୀ ପାଥପୁର ଗ୍ରାମ ନିକଟରେ ଥିବା ପାଣ୍ଡବ ବଖରା ଗୁମ୍ଫା ଦେଖିବା ପାଇଁ ଯାଇଥିବା ସମୟରେ ଅଘଟଣ । ସୂଚନା ମୁତାବକ, ଭୁବନେଶ୍ବର ପଟିଆ ଅଞ୍ଚଳରୁ ଚାରି ଜଣ ସାଙ୍ଗ ଏକ କାର୍ ଯୋଗେପାହାଡ଼ ଉପରକୁ ଚଢ଼ିବା ସମୟରେ ହଠାତ ମହୁମାଛି ଦଳ ଆକ୍ରମଣ କରିଥିଲେ।
ଆଗରେ ଯାଉଥିବା ଯୁବକ ଶୁଭେନ୍ଦୁ ସାହୁଙ୍କୁ ଜୋର ଆଘାତ ଦେଇଥିଲେ। ସେ ତଳେ ପଡିଯାଇଥିଲେ । ଅନ୍ୟ ମାନଙ୍କୁ ଗୋଡ଼ାଇବା ବେଳକୁ ସମସ୍ତେ କିଛି ଦୂରକୁ ଦୌଡି ଆସିଥିଲେ। ସମସ୍ତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଧାଇଁ ଆସିଥିଲେ। ତୁରନ୍ତ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଙ୍କୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ହେଲେ ଡାକ୍ତର ଶୁଭେନ୍ଦୁଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ମାନଙ୍କୁ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି। ତେବେ ବାଙ୍କୀ ପୋଲିସ ପହଁଚି କିଭଳି ଏହି ଘଟଣା ଘଟିଲା ତଦନ୍ତ ପାଇଁ ଅନ୍ୟ ତିନି ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସମସ୍ତଙ୍କ ନିଜ ଘର ତାଳଚେର ଅଞ୍ଚଳର ବୋଲି ସୂଚନା ମିଳିଛି।
Discover more from odia.bnslive.in
Subscribe to get the latest posts sent to your email.