ପ୍ରାଥନା ଶୁଣିଲେ ନାହିଁ ଯମରାଜା, ସାବିତ୍ରୀ ହରାଇଲେ ନିଜ ଶଙ୍ଖା ସିନ୍ଦୁର

Creat A Revolution
           

ଚାନ୍ଦବାଲି -:  ଲୋକମାନଙ୍କ ସାହାଯ୍ୟ ପରେ ବି ବଞ୍ଚି ପାରିଲାନି ଜଣେ ପର ଉପକାରୀ ମଣିଷ। ରାତି ପାହିଲେ ସାବିତ୍ରୀ ବ୍ରତ। ନିଜର ସତ୍ୟବାନ ପାଇଁ ପୂଜା କରିବେ ସବୁ ସ୍ତ୍ରୀ ମାନେ। ହେଲେ ସାବିତ୍ରୀ ବ୍ରତ ପୂର୍ବରୁ ଅର୍ଥାତ ଆଜି ଯମ ନେଇଗଲା ଜଣେ ସାବିତ୍ରୀର ସତ୍ୟବାନଙ୍କୁ। ସମର ପାଢ଼ୀ ଓରଫ ମଣ୍ଟୁଆର ଦେହାନ୍ତରେ ଶୋକର ଛାୟା ଖେଳି ଯାଇଛି ଆରଡ଼ି ସମେତ ପାଖ ଓଲଗ  ସୁନ୍ଦରପୁର ନାନ୍ଦପୁର ପଞ୍ଚାୟତରେ । କିଛି ଦିନ ପୂର୍ବରୁ ସମର ପାଢ଼ୀଙ୍କ ସ୍ତ୍ରୀ ଏକ ଭିଡିଓ ଜାରି କରି କହିଥିଲେ।  ସ୍ୱାମୀକୁ ବଂଚେଇଦିଅ। ଯାହା ଥିଲା ବିକି ଭାଙ୍ଗି ସ୍ୱାମୀର ଚିକିଛାରେ ଖର୍ଚ୍ଚ କରିସାରିଲିଣି।  ଆଉ ଅର୍ଥ ମୋ ପାଖରେ ନା।  

ଏବେ ସରକାରୀ ଓ ବେସରକାରୀ ସାହାଯ୍ୟ ହିଁ ମୋ ସ୍ୱାମୀର ଜୀବନ ବଞ୍ଚାଇ ପାରିବ। ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ଚିକିତ୍ସା ଆଗେଇପାରିବ। ତେଣୁ ସାହାଯ୍ୟର ହାତ ବଢ଼ାଇବାକୁ ଜଣେ ସ୍ତ୍ରୀ ଆକୁଳ ନିବେଦନ କରିଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି ପଞ୍ଚାୟତ ର ସମର ପାଢି ଓରଫ ମଣ୍ଟୁଆ ଗୁରୁତର ଅବସ୍ଥାରେ ହାଇଦ୍ରାବାଦର ଗ୍ଲୋବାଲ ହସ୍ପିଟାଲରେ ICUରେ ରହି ଜୀବନ ମରଣ ସହ ଲଢ଼ୁଛି। ସମରଙ୍କ ଲିଭର ନଷ୍ଟ ହୋଇଯାଇଛି ନୂଆ ଲିଭର ପାଇଁ ୩୦ରୁ ୪୦ଲକ୍ଷ ଟଙ୍କା ଦରକାର ବୋଲି ଡାକ୍ତର କହିଥିଲେ।  ତେଣୁ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ମିଳିଲେ ମୋ ସ୍ୱାମୀ ଭଲ ହୋଇପାରନ୍ତେ କହି ସ୍ତ୍ରୀ ସସ୍ମିତା କାନ୍ଦି କାନ୍ଦି ଭିଡିଓ କରିଥିଲେ। ଏନେଇ କେନ୍ୟୁଜରେ ଖବର ପ୍ରସାରଣ ପରେ ସମରଙ୍କ ପାଇଁ ଛୁଟିଥିଲା ସାହାଯ୍ୟର ସୁଅ। କିନ୍ତୁ ସମରଙ୍କୁ ବଞ୍ଚାଇ ରଖିପାରିଲେନି ଡାକ୍ତର।

ଜଣେ ପର ଉପକାରୀ ଦରଦୀ ବ୍ୟକ୍ତିକୁ ହରାଇ ମ୍ରିୟମାଣ ହୋଇପଡିଛନ୍ତି ମଣ୍ଟୁଆକୁ ଭଲ ପାଉଥିବା ଲୋକ। ଆଉ ଆଜିର ଶୋଭାଯାତ୍ରା ପ୍ରମାଣ କରିଛି କେତେ ଭଲ ପାଉଥିଲେ ଲୋକମାନେ ତାଙ୍କୁ। ମଣ୍ଟୁଆର ଦେହାନ୍ତ ପରେ ତାର ମର ଶରୀରକୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ସଠିବାଙ୍କୁଡ଼ା ଠାରୁ ଆସି ଆରଡ଼ି ପଞ୍ଚାୟତ ବୁଲିବା ପରେ ତାର ଅନ୍ତିମ ସତ୍କାର କରାଯାଇଥିଲା। ।ତେବେ ମଣ୍ଟୁଆର ମୃତ୍ୟୁ ପରେ ଶୋକର ଛାୟା ଖେଳିଯାଇଛି। ଏହି ଶୋଭାଯାତ୍ରାରେ ବିଭିନ୍ନ  ବର୍ଗର ଲୋକ ସାମିଲ ହୋଇଥିଲେ। ତେବେ ମଣ୍ଟୁଆ କରୋନା ସମୟରେ ବହୁ ଲୋକଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ।  ତାହାସହ ବାତ୍ୟା, ବନ୍ୟା ସମୟରେ ମଧ୍ୟ ସେ ଲୋକମାନଙ୍କୁ ବହୁ ସାହାଯ୍ୟ କରିଥିବାର ନଜିର ରହିଛି। ସମରଙ୍କ ଅମର ଆତ୍ମାର ସଦଗତି ହେଉ ଏତିକି ପ୍ରାର୍ଥନା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading