କକା-ଝିଆରୀଙ୍କ ଭିତରେ ପ୍ରେମର କରୁଣ ପରିଣତି …

Creat A Revolution
           

ଲକ୍ଷ୍ନୌ -: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଲଜ୍ଜାକର ଘଟଣା। ଜଣେ କକା ଓ ଝିଆରୀର ପ୍ରେମ ସଂପର୍କ ଦୁହିଁଙ୍କ ଜୀବନ ଯିବାର କାରଣ ପାଲଟିଛି। ପରିବାର ଲୋକ ଦୁହିଁଙ୍କ ବିବାହ କରିବାକୁ ରାଜି ନହେବାରୁ ସେମାନେ ଜୀବନ ହାରିଥିବା ଜାଣିବାକୁ ମିଳିଛି। ଏ ସଂପର୍କରେ ଖବର ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ‌ନେବା ସହ ତଦନ୍ତ ଆରମ୍ଭ କରିଛି।ଏହି ମାମଲା ଲଲୌତି କ୍ଷେତ୍ରର ମୁ‌କ୍ତୌର ଗ‌ାଁର ଅଟେ।

ଏହି ଘଟଣା ଘଟିବା ପରେ ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଛି। ଏକାସାଥୀରେ ଜୀବନ ଯାକ ରହିବାର ରାଣ ଖାଇଥିବା ଏହି କକା-ଝିଆରୀଙ୍କ ସଂପର୍କକୁ ଘର ଲୋକ ନମାନିବାରେ ସେମାନେ ଫାଶୀ ଲଗାଇ ଜୀବନ ହାରିଥିବା ଜାଣିବାକୁ ମିଳିଛି। ସୂଚନାରୁ ଜାଣିବାକୁ ମିଳିଛି ଯେ କକା-ଝିଆରୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସଂପର୍କ ରହିଥିଲା। ଦୁହଁଙ୍କୁ ଅଧିକାଂଶ ସମୟରେ ଏକାସାଥୀରେ ଦେଖିବାକୁ ମିଳିଥାଏ।

କେତେଥର ବୁଝାଇବା‌ ପରେ ଯେତେବେଳେ ସେମାନେ ମାନିଲେନି ଥରେ ଯୁବତୀଙ୍କ ତାଙ୍କ ପରିବାର ଲୋକ ନିସ୍ତୁକ ମାଡ଼ ବି ମାରିଥିଲେ। ପରିବାର ଲୋକ ଚାପ ପକାଇବାରୁ କକା ସୁରଟ ପଳାଇଲେ। ଏପଟେ ପରିବାର ଲୋକ ତାଙ୍କର ବିବାହ ଅନ୍ୟତ୍ର ଠିକ୍‌ କରିଦେଲେ। ଏକଥା ଶୁଣି ଯୁବକ ଜଣକ ଘରକୁ ପଳାଇ ଅସିଲେ। ସେ ଘରେ ବହୁ ବୁଝାସୁଝା କଲେ ବି ଘର ଲୋକ ତାଙ୍କ କଥା ମାନିଲେନି। ଶେଷରେ ପ୍ରେମୀଯୁଗଳ ନିଜ ଜୀବନ ହାରିବାର ନିଷ୍ପତ୍ତି ନେଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading