ଶାହିଦ କପୁର ଏବଂ ଅମୃତା ରାଓ ଅଭିନୀତ ଫିଲ୍ମ ‘ଇସ୍କ ବିସ୍କ’ ୨୦୦୩ରେ ରିଲିଜ ହୋଇଥିଲା। ଏହି ଫିଲ୍ମର ସିକ୍ୱେଲ ‘ଇସ୍କ ବିସ୍କ ରିବାଉଣ୍ଡ’ ନିର୍ମାଣ ହେବାକୁ ଯାଉଛି। ଯେଉଁଥିରେ ଜିବ୍ରାନ ଖାନ, ପଶମିନ୍ ରୋଶନ, ରୋହିତ ସିରାଫ ଏବଂ ନେଲା ଗ୍ରେଓ୍ଵାଲ ପ୍ରମୁଖ ଭୂମିକାରେ ନଜର ଆସିବେ। ମେକର୍ସ ଏକ ପୋଷ୍ଟ ଜାରି କରିଛନ୍ତି।
ଯେଉଁଥିରେ ଏହି ଚାରିଜଣ କଳାକାରଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ଏହି ଫିଲ୍ମରେ ଦୁଇଜଣ ଷ୍ଟାର ଚେହେରା ନଜର ଆସିବେ। ନିର୍ଦ୍ଦେଶକ ନିପୁଣ ଅବିନାଶ ଧର୍ମାଧିକାରୀଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମକୁ ରମେଶ ତୋରାନୀ ପ୍ରଡ୍ୟୁସ କରୁଛନ୍ତି। ଏଥିରେ ସଂଗୀତକାର ରାଜେଶ ରୋଶନ ତଥା ହ୍ରିତିକ ରୋଶନଙ୍କ ଭଉଣୀ ପଶ୍ମିନା ରୋଶନ ବଲିଉଡ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାସହିତ ଶାହରୁଖଙ୍କ ଅନସ୍କ୍ରିନ ପୁଅ ମଧ୍ୟ ନଜର ଆସିବେ।ଏହାକୁ ନେଇ ହ୍ରିତିକ ରୋଶନ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। ରମେଶ ତୋରାନୀଙ୍କ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ‘ଇସ୍କ ବିସ୍କ ରିବାଉଣ୍ଡ’ରେ ନୂଆ ଚେହେରା ଦେଖିବାକୁ ମିଳିବ।
ଜିବ୍ରାନ ଖାନ ‘ କଭି ଖୁସି କଭି ଗମ୍’ରେ ଶାହରୁଖଙ୍କ ଅନସ୍କ୍ରିନ ପୁଅ ଭାବେ ନଜର ଆସିଥିଲେ। ଜିବ୍ରାନ୍ ୨୦୦୧ରେ ‘କ୍ୟୁକିଁ ମେଁ ଝୁଟ୍ ନେହିଁ ବୋଲତା’ରେ ନଜର ଆସିଥିଲେ। ଏହାଛଡା ୨୦୨୨ରେ ‘ରିସ୍ତେ’ରେ ମଧ୍ୟ କାମ କରିଛନ୍ତି। ଜିବ୍ରାନ ‘ମହାଭାରତ’ ଧାରାବାହିକରେ ଅର୍ଜୁନ ଭୂମିକାରେ ନଜର ଆସିଥିବା ଫିରୋଜ ଖାନଙ୍କ ପୁଅ।
Discover more from odia.bnslive.in
Subscribe to get the latest posts sent to your email.