ପୁରୀ ପରିକ୍ରମା ଘଟଣାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୫୦ରୁ ଉର୍ଦ୍ଧ୍ୱ ସେବାୟତ …

Creat A Revolution
           

ପୁରୀ -: ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶ୍ରୀମନ୍ଦିର ସେବାୟତ । ପ୍ରାୟ ୫୦ରୁ ଅଧିକ ଶ୍ରୀମନ୍ଦିର ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ପୁରୀରୁ ଆସିଛନ୍ତି ।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସବୁ ବର୍ଗର ସେବାୟତ ସହଯୋଗ କରୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକର ଗୁରୁତ୍ୱ ରହିଛି। ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରକଳ୍ପ ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ ।

ଏହାଛଡ଼ା ଆଗକୁ ରଥଯାତ୍ରା ଥିବାରୁ ରଥଯାତ୍ରା ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହେବ। ସେପଟେ ନିର୍ମାଣ କାମ ବନ୍ଦ ପାଇଁ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। କେବଳ ଖାରଜ କରି ନାହାନ୍ତି, ଆବେଦନକାରୀଙ୍କ ଉପରେ ଜରିମାନ ମଧ୍ୟ ଲଗାଇଛନ୍ତି। ଏପରିକି ପରିକ୍ରମ ପ୍ରସଙ୍ଗରେ ହାଇକୋର୍ଟର ହୋଇଥିବା ଜନସ୍ୱାର୍ଥ ମାମଲା, ଜନସ୍ୱାର୍ଥ ବିରୋଧୀ ବୋଲି କହିଛନ୍ତି। ନିକଟ ଅତୀତରେ ଛତୁଫୁଟିଲା ଭଳି ଜନସ୍ୱାର୍ଥ ମାମଲା ସଂଖ୍ୟା ବଢିଛି। ଅନେକ ଜନସ୍ୱାର୍ଥ ମାମଲାରେ କୌଣସି ଜନସ୍ୱାର୍ଥ ନଥାଏ।

କେବଳ ଥାଏ ପ୍ରଚାର ସ୍ୱାର୍ଥ କିମ୍ବା ବ୍ୟକ୍ତିଗତ ସ୍ୱାର୍ଥ। ଏପରି ମାମଲାକୁ ଆମେ ଘୋର ନିନ୍ଦା କରୁଛୁ। ଏହା ନ୍ୟାୟପାଳିକାର ମୂଲ୍ୟବାନ ସମୟ ନଷ୍ଟ କରୁଛି। ଉପଯୁକ୍ତ ସମୟ ଆସିଛି ଏହାକୁ ମୂଳରୁ ଉତ୍ପାଟନ କରିବାକୁ ପଡିବ। ଫଳରେ ଜନସ୍ୱାର୍ଥ ପାଇଁ ଥିବା ଉନ୍ନୟନମୂଳକ କାମ ଅଟକିବ ନାହିଁ। ଏ ମାମଲାରେ ଆବେଦନକାରୀଙ୍କ କୌଣସି ଯୁକ୍ତି ନଥିଲା। ତେଣୁ ଆବେଦନକୁ ଖାରଜ କରିବା ସହ ଦୁଇ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲଗାଇଛନ୍ତି ସୁପ୍ରିମକୋର୍ଟ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading