ନବୀନଙ୍କ ନୂତନ ମନ୍ତ୍ରିମଣ୍ଡଳରୁ ଏହି ୯ ଜଣ ମନ୍ତ୍ରୀ ବାଦ୍ ପଡିବା ପଛର ରହସ୍ୟ କଣ ? ଆସନ୍ତୁ ଜାଣିବା

Creat A Revolution
           

ଭୁବନେଶ୍ବର -: ରାତିପାହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ। ଏହି ମନ୍ତ୍ରିମଣ୍ଡଳରେ ୧୧ ଜଣ ପୁରୁଣା ମନ୍ତ୍ରୀ ପୁଣି ଥରେ ଦାୟିତ୍ବ ପାଇବାକୁ ଥିବା ବେଳେ ୯ ଜଣ ବାଦ୍‌ ପଡ଼ିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯେଉଁ ୯ ଜଣଙ୍କୁ ନବୀନ୍‌ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ‌ଦେଇ ନାହାନ୍ତି ତା’ର କାରଣ ହେଲା, ସେମାନଙ୍କର ନାଁରେ ଥାନା ଅଥବା କୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ଆଉ କିଛି ମନ୍ତ୍ରୀ ନିଜ ପଦବିରେ ଥାଇ ଭଲ ପ୍ରଦର୍ଶନ କରି ନଥିଲେ ବୋଲି ଆଲୋଚନା ହେଉଛି।

ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଅରୁଣ ସାହୁଙ୍କ ନାଁରେ ମାମଲା ରୁଜୁ ହୋଇଛି। ସେହିପରି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦିବ୍ୟଶଙ୍କର ମିଶ୍ରଙ୍କ ନାଁରେ ହାଇକୋର୍ଟରେ ମାମଲା ଚାଲିଛି। ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଥିବା ମନ୍ତ୍ରୀମାନେ ହେଲେ ପଦ୍ବିନୀ ଦିଆନ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାଶ, ଅରୁଣ ସାହୁ, ତୁ‌ଷାରକାନ୍ତି ବେହେରା, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟଶଙ୍କର ମିଶ୍ର, ପଦ୍ମନାଭ ବେହେରା ଓ ବିକ୍ରମ କେଶରୀ ଆରୁଖ। ତେବେ ଏହି ମନ୍ତ୍ରୀମାନଙ୍କୁ କାହିଁକି ଇସ୍ତଫା ପରେ ଆଉ ଡକାଗଲା ନାହିଁ ପ୍ରକୃତ କାରଣ ଜଣାପଡ଼ି ନାହିଁ।

ସେହିପରି ବିଗତ କିଛି ବର୍ଷ ପୂର୍ବରୁ ଓଡ଼ିଶା ସରକାରରେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଓ ଭଂଜନଗର ବିଧାୟକ ବିକ୍ରମ କେଶରୀଙ୍କୁ ଅଣଦେଖା କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମରେ କିଏ ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ପୁରୁଣା ମନ୍ତ୍ରିମଣ୍ଡଳରୁ କିଏ ରହିବେ ଓ ନୂଆ କିଏ ସାମିଲ ହେବେ ତାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଜାରି ରହିଛି ଉତ୍ସୁକତା। ଇତିମଧ୍ୟରେ ଉଭୟ ନୂଆ ମୁହଁ ଓ ପୁରୁଣା ମନ୍ତ୍ରୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମ୍‌ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଭୁବନେଶ୍ବର (ଏକାମ୍ର) ବିଧାୟକ ଅଶୋକ ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ, କାମାକ୍ଷାନଗର ବିଧାୟକ ପ୍ରଫୁୁଲ୍ଲ ମଲ୍ଲିକ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ସାମିଲ ହେବେ ବୋଲି ଜଣାପଡ଼ିଛି।

ନିଜର ଏହି ପୁରୁଣା ସହଯୋଗୀଙ୍କ ଉପରେ ନବୀନଙ୍କ ଭରସା ପୂର୍ବ ଭଳି ରହିଛି। ଆଜି ସନ୍ଧ୍ୟାରେ ଏମାନଙ୍କୁ ମନ୍ତ୍ରିତ୍ବ ନେଇ ଫୋନ୍ ଜରିଆରେ ଜଣାଇ ଦିଆଯାଇଛି। ଏହାବାଦ୍ ନବୀନ ନିଜର ମନ୍ତ୍ରିମଣ୍ଡଳରେ ନବାଗତ ଓ ପୂର୍ବ ପାଳିରେ ମନ୍ତ୍ରୀ ଥିବା ବିଧାୟକଙ୍କୁ ସୁଯୋଗ ଦେଇଛନ୍ତି। ଏହି କ୍ରମରେ ସେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ, ବିଜେପୁର ବିଧାୟିକା ରୀତା ସାହୁ, ଆଳି ବିଧାୟକ ପ୍ରତାପ ଦେବ, ବିଞ୍ଛାରପୁର ବିଧାୟିକା ପ୍ରମିଳା ମଲ୍ଲିକ,ଚିକିଟି ବିଧାୟିକା ଉଷା ଦେବୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ପଦ ମିଳିଥିବା ନେଇ ସୂଚନା ଫୋନ ଯୋଗେ ଆସିଛି।ଏଥିପାଇଁ ଲୋକସେବା ଭବନରେ ପୂର୍ବାହ୍ନ ୧୧ଟା ୪୫ରେ ରାଜ୍ୟପାଳ ଗଣେଶୀ ଲାଲ ଏକ ସ୍ବତନ୍ତ୍ର ଉତ୍ସବରେ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇବେ। ମୁଖ୍ୟମନ୍ତ୍ରୀ ନବୀନଙ୍କ ଟିମ୍ରେ କିଛି ପୁରୁଣା ମନ୍ତ୍ରୀଙ୍କୁ ସ୍ଥାନ ମିଳିଥିବା ବେଳେ ନବାଗତଙ୍କୁ ମଧ୍ୟ ସୁଯୋଗ ମିଳିଛି। ଯେଉଁମାନେ ଆସନ୍ତାକାଲି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆଜି ସନ୍ଧ୍ୟାରେ ସେମାନଙ୍କ ପାଖକୁ ଫୋନ୍ ଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading