ଭୟଙ୍କର ବସ୍ ଦୁର୍ଘଟଣା, ଜୀବନ୍ତ ଜଳିଗଲେ ୭

Creat A Revolution
           

କମଲାପୁରା/କାଲବର୍ଗି -: ଦୁର୍ଘଟଣାରେ ପରେ ବସ୍‌ରେ ନିଆଁ ଲାଗି ଯିବାରୁ ପୋଡ଼ି ହୋଇ ୭ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କର୍ଣ୍ଣାଟକାର କମଲାପୁରା ସହରରେ ଏହି ଦୁଃଖଦ ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।ପୁଲିସ୍‌ କହିଛି ଯେ ବସ୍‌ଟି ଗୋଆରୁ ହାଇଦ୍ରାବାଦ ଯାଉଥିଲା। ଏଥିରେ ୨୯ ଜଣ ଲୋକ ଥିଲେ। ତେବେ କମଲାପୁରା ନିକଟରେ ସାମ୍ନା ପଟୁ ଆସୁଥିବା ଗୋଟିଏ ଟେମ୍ପୋ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍‌ରେ ହଠାତ୍‌ ନିଆଁ ଲାଗି ଯାଇଥିଲା।

ଏଥିସହ ବସ୍‌ଟି ରାସ୍ତା କଡ଼କୁ ମଧ୍ୟ ଓଲଟି ପଡ଼ିଥିଲା। ସୌଭାଗ୍ୟବଶତଃ ୨୨ ଜଣ ଯାତ୍ରୀ ବସ୍‌ରୁ ଡେଇଁ ନିଜ ଜୀବନ ରକ୍ଷା କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ବାକି ୭ ଜଣ ଏହା ମଧ୍ୟରୁ ବାହାରି ପାରି ନଥିଲେ। ‍ଫଳରେ ସେମାନେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ବସ୍‌ଟି ମଧ୍ୟ ସଂପୂର୍ଣ୍ଣ ଜଳି ଯାଇଛି। ଖବର ପାଇ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିଲା।ତେବେ ସେତେବେଳକୁ ୭ ଜଣଙ୍କ ଜୀବନ ଚାଲି ଯାଇଥିଲା। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଟେମ୍ପୋ ଡ୍ରାଇଭର ମଧ୍ୟ ରହିଛନ୍ତି। ଦୁର୍ଘଟଣାରେ ତାଙ୍କ ଅବସ୍ଥା ଗୁରୁତର ହୋଇଛି। ପୁଲିସ୍‌ ଏବେ ଦୁର୍ଘଟଣାର କାରଣ କ’ଣ ତା’ର ତଦନ୍ତ କରୁଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading