ଧରାପଡିଲା ସିବିଆଇର ମିଛ, ମର୍ଡର କେଶକୁ ରଫାଦଫା ପାଇଁ କରିଥିଲା ଷଡଯନ୍ତ୍ର କୋର୍ଟରୁମରେ ଖୋଲିଲା ଗୁମର

Creat A Revolution
           

ପଟନା

-: ମିଛ କହି ଧରା ପଡ଼ିଲା ସିବିଆଇ। ଅପରାଧର ଟିକିନିକି ଓ ନିରପେକ୍ଷ ଯାଞ୍ଚ ପାଇଁ ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଉଥିବା ବେଳେ ବିହାରର ମୁଜଫରପୁରରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିରପେକ୍ଷ ଯାଞ୍ଚ କରିବା ପରିବର୍ତ୍ତେ ସିବିଆଇ ଜୀବିତ ଥିବା ବୃଦ୍ଧାଙ୍କୁ ମୃତ ଘୋଷଣା କରିବା ଘଟଣା ଏବେ ଚର୍ଚ୍ଚାରେ ରହିଛି। ଶେଷରେ ବୃଦ୍ଧା ବାଦାମୀ ଦେବୀ ନିଜେ କୋର୍ଟରେ ପହଞ୍ଚି ଜୀବିତ ଥିବାର ପ୍ରମାଣ କୋର୍ଟଙ୍କୁ ଦେଇଛନ୍ତି।

ସୂଚନା ମୁତାବକ, କିଛି ଦୁର୍ବୃତ୍ତ ବାଦାମୀ ଦେବୀଙ୍କ ଘର କବଜା କରିବା ପାଇଁ ଚେଷ୍ଟା କରୁଥିଲେ। ଏ‌ବିଷୟରେ ଜାଣିବା ପରେ ସାମ୍ବାଦିକ ରାଜଦେବ ରଞ୍ଜନ ଦୁର୍ବୃତ୍ତଙ୍କୁ ଏଭଳି କରିବାକୁ ଦେଇନଥି‌ଲେ। କିଛି ମାସ ଧରି ରାଜଦେବ ଦୁର୍ବୃତ୍ତଙ୍କୁ ବିରୋଧ କରିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତଦନ୍ତ ଦାୟିତ୍ବ ସିବିଆଇ ହାତକୁ ଯିବା ପରେ ଏହି ଘଟଣାର ମୁଖ୍ୟ ସାକ୍ଷୀ ବାଦାମୀ ଦେବୀ ମୃତ ବୋଲି ଦର୍ଶାଇ ମେ’ ୨୪ରେ ରିପୋର୍ଟ ଦାଖଲ କରିଥିଲା ସିବିଆଇ।

ଏବିଷୟରେ ବାଦାମୀ ଦେବୀ ଜାଣିବା ପରେ ଦୁଃଖପ୍ରକାଶ କରିବା ସହ ସେ ଆଜି ହେବାକୁ ଥିବା ଶୁଣାଣିରେ ପହଞ୍ଚିଥିଲେ। କୋର୍ଟ ରୁମରେ ବାଦାମୀ ଦେବୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥି‌ଲେ ବିଚାରପତି। ହୁଜୁର ମେଁ ଜିନ୍ଦା ହୁଁ ବୋଲି କହିବା ସହ ବାଦାମୀ ଦେବୀ ନିଜର ଭୋଟର ଆଇକାର୍ଡ, ପ୍ୟାନ୍ କାର୍ଡ ଓ ଆଧାର କାର୍ଡ ବିଚାରପତିଙ୍କୁ ଦେଇଥିଲେ। ସିବିଆଇ କରିଥିବା ଭୁଲ ସାମ୍ନାକୁ ଆସିବା ପରେ ଏବେ କୋର୍ଟ ସିବିଆଇକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading