ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Creat A Revolution
           


ଜଗତସିଂହପୁର -: ଜଗତସିଂହପୁର ଜ଼ିଲ୍ଲା ର ସର୍ବପ୍ରାଚୀନ୍ନ, ଐତିହ୍ୟ,କଳା ଓ ସଂସ୍କୃତି ସମ୍ପର୍ଣ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଚଳିତ ରଥଯାତ୍ରା ନିମନ୍ତେ ଜ଼ିଲ୍ଲାପ୍ରଶାସନ ପକ୍ଷରୁ ସଦଭାବନା ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜ଼ିଲ୍ଲାପାଳ ପାରୁଲ ପଟୱାରୀ ଅଧକ୍ଷ୍ୟତାକରି ଚଳିତ ରଥଯାତ୍ରା ପୂର୍ବରୁ ମାଉସୀ ମା ମନ୍ଦିର ନିକଟ ରୁ ଛେଳିଆଗଡ଼ ରାସ୍ତା ମରାମତି l ମାଉସୀ ମା ମନ୍ଦିର ସମୁଖ ଏବଂ ରଥ ରହିବା ସ୍ଥାନରେ କଂକ୍ରିଟ ରାସ୍ତା ନିର୍ମାଣ କରିବା l ପାନୀୟ ଜଳ ବ୍ୟବସ୍ଥା , ନଳକୂପମରାମତି କରିବା , ରାସ୍ତା ଘାଟ ପରିଷ୍କାର ପରିଛନତା କରିବା , ଆଲୋକ ବ୍ୟବସ୍ଥା , ଉଦବୃତ୍ତ ଜଳ ନିଷ୍କାସନ ନିମନ୍ତେ ଡ୍ରେନ ସଫା କରିବା , ରଥ ନିର୍ମାଣ ନିମନ୍ତେ ବନ ବିଭାଗ ଆବଶ୍ୟକ କାଠ ଯୋଗାଇଦେବା, ନବ ଦିନ ବ୍ୟାପି ମାଉସୀ ମା ମନ୍ଦିର ନାଟ ମଣ୍ଡପରେ ସଂକୃତିକ ଦଳ ମାନଙ୍କ ତରଫରୁ ସଂକୃତିକ କାର୍ଯ୍ୟକ୍ରମର ଆୟୋଜନ କରିବା ଆଦି ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା l

ଏହି ପ୍ରସ୍ତୁତି ବୈଠକରେ ପ୍ରକଳ୍ପ ନିର୍ଦେଶକ ରୁଦ୍ର ନାରାୟଣ ଦାଶ, ଅତିରିକ୍ତ ଜ଼ିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ, ବିଡ଼ିଓ ସାଗର କୁମାର ନନ୍ଦ , ତହସିଲଦାର ଅଞ୍ଜଳି ତରାଇ, ଜ଼ିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଯୋଗଦେଇଥିଲେ l ଏ ସମସ୍ତ କାର୍ଯ୍ୟକ୍ରମକୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ସ୍ୱାଇଁ ପରିଚାଳନା କରିଥିଲେ l ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ଟ୍ରଷ୍ଟ ସଭାପତି କାଳୀକିଂଙ୍କର ଆଚାର୍ଯ୍ୟ, ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା, ଉପ ସଭାପତି ପୂର୍ଣଚନ୍ଦ୍ର ନାୟକ, କମିଟି ସଦସ୍ୟ ପ୍ରଫୁଲ୍ଲ କୁମାର ସାହୁ, ରାମ ଚନ୍ଦ୍ର ଦାଶ, ସାରଦା ଚରଣ ବେହେରା, ସରପଞ୍ଚ ସିଦ୍ଧାର୍ଥ ସଂଙ୍କର ରାୟ, ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଚଳିତ ବର୍ଷ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ନିମନ୍ତେ ଜ଼ିଲ୍ଲାପାଳ ପାରୁଲ ପଟୱାରୀ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading