ଜାଣନ୍ତୁ କଣ ଅନୁଭବଙ୍କ ଶେଷ ଇଛ୍ଛା ! ମତେ ମାରି ସାରିଲଣି ,ଅନୁଭବ ପୋଷ୍ଟ କଲେ ଆଉ ଏକ ଭିଡିଓ

Creat A Revolution
           

କଟକ -: ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ପୁଣି ଆଜି ଏକ ଭିଡିଓ ପୋଷ୍ଟ କରି ନିଜର ମନକଥା କହିଛନ୍ତି। ଏହି ଭିଡିଓରେ ସେ ନିଜର ଦୁଃଖ ବଖାଣିବା ସହ ନିଜ ଶେଷ ଇଚ୍ଛା ସଂପର୍କରେ ସୂଚନା ଦେଇଛନ୍ତି। ଏହାଛଡ଼ା ନିଜର ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବି କିଛି ସନ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ମରିବାକୁ ଆଉ ଡରାଅନି। ତୁମେ ମୋତେ ମାରି ସାରିଲଣି। ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି।

ହେଲେ ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି। ମୁଁ ବି ବଞ୍ଚିବାକୁ ଚାହେଁ । ସେ ଆହୁରି କହିଛନ୍ତି, ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି। ମୁଁ ଆଶା କରୁଛି ମୋର ଏହି ଶେଷ ଇଚ୍ଛା ପୁରଣ ହେବ। ଏହାପରେ ମୁଁ ଆଉ କିଛି କହି ପାରିବିନି।   ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଦିନେ ନା ଦିନେ ସୂର୍ଯ୍ୟୋଦୟ ହେବ।  କିନ୍ତୁ ଏକଥା ସେ କାହା ଉଦ୍ଦେଶ୍ୟରେ କହିଛନ୍ତି, ତାହା ସ୍ପଷ୍ଟ କରିନାହାନ୍ତି। ଅନୁଭବ ପୁଣି କହିଛନ୍ତି, ମୋର ‌ଅନେକ କିଛି କହିବାର ଅଛି, ହେଲେ ଦେଶର ସମ୍ବିଧାନ ଓ  ଆଇନ ମୋର ମୁହଁ ବନ୍ଦ କରିଦେଇଛି। ସେ ଏହି ଭିଡିଓ ଶେଷରେ ସେ ନିଜର ବାପା ମା’ ଓ ସାନଭାଇ ଚିକୁଙ୍କ ସମେତ କେତେକଙ୍କ ନାଆଁ ନେଇ ସେମାନଙ୍କ ପାଖରେ କୃତଜ୍ଞତା ଜଣାଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading