ପୋଲିସ୍ ପ୍ରଶାସନ ବିରୋଧରେ ଅଭିଯୋଗ ଆଣିଥିବା ଅବକାରୀ ଇନ୍ସପେକ୍ଟର ପାଲଟିଗଲେ ପାଗଳ, କହିଲେ ମୁଁ ମାନସିକ ରୋଗୀ

Creat A Revolution
           

ପୁରୀ -:

 ଗତକାଲି ଅବକାରୀ ବିଭାଗ ଓ ଜିଲ୍ଲା ପୋଲିସ ପ୍ରଶାସନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିବା ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଓ ତାଙ୍କ ସ୍ତ୍ରୀ ଦୁଇଟି ଭିଡିଓ ଜାରି କରିଛନ୍ତି। ସେ ଜଣେ ମାନସିକ ରୋଗୀ ଓ ଦୀର୍ଘ ଦିନ ହେବ ଡାକ୍ତରଙ୍କ ପାଖରେ ଚିକିତ୍ସାଧୀନ ଥିଲେ। ମେଡିସିନ ଖାଇ ନଥିବାରୁ ହଠାତ୍ ସେ ଏଭଳି ବିବାଦୀୟ ବିବୃତ୍ତି ରଖିଥିଲେ ବୋଲି ଭିଡିଓରେ କହିଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ସ୍ଵାମୀଙ୍କ ମାନସିକ ସନ୍ତୁଳନ ଠିକ୍‌ ନାହିଁ ବୋଲି ସ୍ବୀକାର କରିଛନ୍ତି।

ଗତକାଲିର ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ସଞ୍ଜୟଙ୍କ ଅଭିଯୋଗ ନେଇ ଗତକାଲି ପୁରୀ ଜିଲ୍ଲା ଅବକାରୀ ବିଭାଗରେ ହୁଲସ୍ତୁଲ ହୋଇ ଯାଇଥିଲା । ପୁରୀ ପୁଲିସ ମାସିକିଆ ବଟି ନେଉଛି ବୋଲି ଅବକାରୀ କମିଶନରଙ୍କୁ ଏକ ଚିଠି ଲେଖି ଗଣମାଧ୍ୟମ ଆଗରେ ଖୁଲମଖୁଲା ଅଭିଯୋଗ ଆଣିଥିଲେ । ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି। ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି ବୋଲି ଅଭିଯୋଗରେ କହିଥିଲେ । ଗତ ଜୁନ୍‌ ୪ ତାରିଖରେ ସେ ଏଭଳି ଚିଠି ଲେଖିଥିଲେ। ଏମିତିକି ତାଙ୍କ ବିରୁଦ୍ଧରେ ଯେକୌଣସି କାର୍ଯ୍ଯାନୁଷ୍ଠାନ ହେଲେ ସେ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି ସଞ୍ଜୟ କହିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading