ସୁନା ଓ ରୁପା ମୂଲ୍ୟ ସବୁ ଦିନ ପରିବର୍ତ୍ତନ ହେଉଛି। ଆଜି ମଧ୍ୟ ସୁନା ଓ ରୂପା ମୂଲ୍ୟ କିଛି ମାତ୍ରାରେ ବଢିଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧ ହଜାର ୦୯୦ ଟଙ୍କା ରହିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ୨୨ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୭,୬୦୦ ଟଙ୍କା ଓ ୫୧,୯୩୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି।
ମୁମ୍ବାଇରେ ୨୨ କ୍ୟାରେଟ୍ ଏବଂ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୭,୬୦୦ ଟଙ୍କା ଓ ୫୧,୯୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୬୦୦ ଟଙ୍କା ଓ ୫୧,୯୩୦ ଟଙ୍କା ରହିଛି। ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ମୂଲ୍ୟ ୪୭ ହଜାର ୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୨ ହଜାର ୨୮୫ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୬୦୦ ଟଙ୍କା ଓ ୫୧,୯୩୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ ବଢ଼ିଛି। ରୁପା ଦର କିଲୋଗ୍ରାମ ପ୍ରତି ୬୧,୯୦୦ ଟଙ୍କା ଥିବା ନେଇ ରେକର୍ଡ ହୋଇଛି।
Discover more from odia.bnslive.in
Subscribe to get the latest posts sent to your email.