ନିର୍ଭୟା କାଣ୍ଡର ପୁନରାବୃତ୍ତି, ନାବାଳିକାକୁ ନିଶା ଔଷଧ ଖୁଆଇ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର …

Creat A Revolution
           

ବିହାର -:

 ନିର୍ଭୟା କାଣ୍ଡର ପୁନରାବୃତ୍ତି। ବିହାରର ପଶ୍ଚିମ ଚମ୍ପାରନ୍‌ର ବେତିୟା ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ଏକ ବସ୍‌ରେ ମଙ୍ଗଳବାର ଦ୍ୱିପ୍ରହରରେ ଜଣେ ନାବାଳିକା ଝିଅକୁ ନିଶା ଔଷଧ ଖୁଆଇ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ସମେତ ଆଉ ଜଣେ ବ୍ୟକ୍ତି ଗଣ ଦୁଷ୍କର୍ମ କରିଛନ୍ତି। ପୋଲିସ ବସ୍‌ରୁ ଅଚେତ ଅବସ୍ଥାରେ ଝିଅଟିକୁ ଉଦ୍ଧାର କରିଛି। ବେତିୟାଏସ୍‌ଡିପିଓ କହିଛନ୍ତି, ବସ୍‌ ଭିତରେ ଜଣେ ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି।

ଝିଅଟି ଅଚେତ ଅବସ୍ଥାରେ ବସ୍‌ରେ ପଡ଼ିଥିଲା। ତାକୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ପୋଲିସ ବସ୍‌କୁ ଜବତ କରିଛି। ବେତିୟା ଏସ୍‌ପି ଉପେନ୍ଦ୍ରନାଥ ବର୍ମା ସୂଚନା ଦେବା ଅବସରରେ କହିଛନ୍ତି ଯେ ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ୧୨ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ବସ୍‌ ଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସ୍‌ରେ ୪ ଜଣ ଲୋକ ଝିଅକୁ ଦୁଷ୍କର୍ମ କରିଥିଲେ। ୭ ଦିନ ଭିତରେ ଚାର୍ଜସିଟ୍‌ ଦାଖଲ କରି ସ୍ପିଡି ଟ୍ରାଏଲ କରାଯିବ।

West Bengal: 15 Alleged Rape Cases in 40 Days; Widespread Outrage Over CM's  'Remark | NewsClick

ସୂଚନା ମୁତାବକ, ସକାଳ ୧୦ଟା ବେଳେ ବେତିୟା ଷ୍ଟାଣ୍ଡରେ ଏକ ବସ୍‌ ପହଞ୍ଚିଥିଲା। ଉକ୍ତ ବସ୍‌ରେ ପୀଡ଼ିତା ମୋତିହାରୀରୁ ବେତିୟା ଯିବା ପାଇଁ ଆସିଥିଲେ। ତେବେ ପାଖାପାଖି ସନ୍ଧ୍ୟା ୬ଟା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ଝିଅ ବିଷୟରେ ସୂଚନା ଦେଇଥିଲେ। ଲୋକମାନେ କହିଥିଲେ ଯେ ଝିଅଟି ବସ୍‌ରେ ଅଚେତ ଅବସ୍ଥାରେ ପଡ଼ିଛି। ତାଙ୍କୁ ନିଦ ଔଷଧ ଖୁଆଇ ଗଣଦୁଷ୍କର୍ମ କରାଯାଇଛି। ସୂଚନା ମିଳିବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ନେଇ ଥାନାକୁ ଯାଇଥିଲା। ଚେତା ଆସିବା ପରେ ନାବାଳିକା ପୀଡ଼ିତା ପୋଲିସକୁ କହିଥିଲା ଯେ ତାକୁ ବସ୍‌ରେ ନିଶା ଔଷଧ ଖୁଆଇ ବସ୍‌ ଡ୍ରାଇଭର, କଣ୍ଡକ୍ଟର, ହେଲପର ଓ ଅନ୍ୟ ଜଣେ ବ୍ୟକ୍ତି ଗଣ ଦୁଷ୍କର୍ମ କରିଥିଲେ। ତେବେ ବର୍ତ୍ତମାନ ପୋଲିସ ଏ ନେଇ କିଛି ବି ସୂଚନା ଦେଇନାହିଁ। ଅନ୍ୟ ପଟେ ଏସ୍‌ଡିପିଓ କହିଛନ୍ତି ଯେ ଗିରଫ କରାଯାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି। ଖୁବ୍‌ଶୀଘ୍ର ସବୁ ଜିନିଷ ସ୍ପଷ୍ଟ ହୋଇଯିବ। ଦୋଷୀ ସାବ୍ୟସ୍ତ ହେବା ପରେ ଅଭିଯୁକ୍ତକୁ କଡ଼ା ଦଣ୍ଡ ଦିଆଯିବ ବୋଲି ପୋଲିସ କହିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading