Creat A Revolution
ନୂଆଦିଲ୍ଲୀ
କିନ୍ତୁ ସେ ସେତେବେଳେ ବିଦେଶରେ ଥିଲେ। ବର୍ତ୍ତମାନ ଜୁନ୍ ୧୩ରେ, ସେ ହାଜର ହୋଇପାରନ୍ତି। ଏଥି ସହିତ ସୋନିଆ ଗାନ୍ଧୀଙ୍କୁ ଜୁନ୍ ୮ରେ ହାଜର ହେବାକୁ ଇଡି ନୋଟିସ୍ ପଠାଇଥିବା ବେଳେ ସେ କରୋନା ସଂକ୍ରମିତ ହେବାରୁ ଇଡି ଆଗରେ ହାଜର ହୋଇପାରିନଥିଲେ। ଇଡିର ନୋଟିିସ ପରେ ବର୍ତ୍ତମାନ କଂଗ୍ରେସ ନେତାମାନେ ଶକ୍ତି ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପ୍ରସଙ୍ଗରେ ଦଳର ନେତାଙ୍କ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ନିଷ୍ପତ୍ତି ନିଆଯାଇଛି ଯେ ଭାରତର ସମସ୍ତ ରାଜ୍ୟରେ ଇଡି କାର୍ଯ୍ୟାଳୟ ସମ୍ମୁଖରେ ପାର୍ଟି ସତ୍ୟଗ୍ରହ କରିବ। ସୂଚନାନୁସାରେ, କଂଗ୍ରେସ ଏହାର ସାଂସଦମାନଙ୍କୁ ଜୁନ୍ ୧୩ ତାରିଖ ଦିନ ସକାଳେ ଦିଲ୍ଲୀରେ ଉପସ୍ଥିତ ରହିବାକୁ କହିଛି।
Discover more from odia.bnslive.in
Subscribe to get the latest posts sent to your email.