ଅନୁଭବଙ୍କ ବିରୋଧରେ ପୁଣି ଥାନାର ଦ୍ୱାରସ୍ଥ ହେଲେ ବର୍ଷା, ପାରିବାରିକ କଳି ନେଉଛି ଉଗ୍ରରୁପ

Creat A Revolution
           

କଟକ -: 

କେନ୍ଦ୍ରାପଡା ସାଂସଦ ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ପୁଣି ଏକ ନୂଆ ମୋଡ଼। କଟକ ଏସଡ଼ିଜେଏମଙ୍କ ଅଦାଲତରେ ଅନୁଭବଙ୍କ ନାଁରେ ପୁଣି ଏକ କମ୍ପ୍ଲେନ କେସ କଲେ ବର୍ଷା ପ୍ରିୟଦର୍ଶିନୀ। ସୋସିଆଲ ମେଡିଆରେ ଅନୁଭବ ବିଭିନ୍ନ ପୋଷ୍ଟ କରି ବର୍ଷାଙ୍କ ସମ୍ମାନହାନି କରୁଥିବା ଅଭିଯୋଗ ଆଣିଛନ୍ତି ବର୍ଷା।

ଏଥିରୁ ତାଙ୍କୁ ନିବୃତ୍ତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେବାକୁ ସେ ପ୍ରାର୍ଥନା କରିଛନ୍ତି। ନିକଟରେ ଅନୁଭବଙ୍କ ଏକ ପିଟିସନର ଶୁଣାଣି କରି ବର୍ଷା ପ୍ରିୟଦର୍ଶିନୀ ଦୁଇ ମାସ ମଧ୍ୟରେ ଅନୁଭବ ମହାନ୍ତିଙ୍କ ପୈତୃକ ଘର ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ। ପ୍ରତ୍ୟେକ ମାସରେ ଅନୁଭବ ମହାନ୍ତି ୩୦ ହଜାର ଟଙ୍କା ଲେଖାଏଁ ବର୍ଷାଙ୍କୁ ପ୍ରଦାନ କରିବାକୁ ଏସଡ଼ିଜେଏମଙ୍କ ନିର୍ଦ୍ଦେଶ ରହିଛି। ସେହିପରି ବର୍ଷାଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ଏକ ମାମଲାର ଶୁଣାଣି କରି କେହି କାହାରି ବିରୋଧରେ ସୋସିଆଲ ମେଡିଆରେ କୌଣସି ପ୍ରକାର ପୋଷ୍ଟ କରିବେ ନାହିଁ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ବର୍ଷା ପ୍ରିୟଦର୍ଶିନୀଙ୍କ ଏଭଳି ମାମଲା ଏହି ବହୁ ଚର୍ଚ୍ଚିତ ପାରିବାରିକ ବିବାଦ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading